ଦେଶ

ଅଯୋଧ୍ୟା ରାୟ ପ୍ରକାଶ ପୂର୍ବରୁ ହାଇ ଆର୍ଲଟରେ ପ୍ରଶାସନ, ରଞ୍ଜନ ଗୋଗୋଇ ଡାକିଲେ ମିଟିଂ

Ayodhya

ଉତ୍ତର ପ୍ରଦେଶ: ସୁପ୍ରିମକୋର୍ଟର ଚିଫ୍‌ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆଜି ଉତ୍ତର ପ୍ରଦେଶର ଡିଜିପି ଓପି ସିଂହ ଓ ସେକ୍ରେଟ୍ରୀ ରାଜେନ୍ଦ୍ର ତିବାରୀଙ୍କୁ ସାକ୍ଷାତ ପାଇଁ ଡାକିଛନ୍ତି । ରଞ୍ଜନ ଗୋଗୋଇ ଏହି ଦୁଇ ଅଫିସରଙ୍କୁ ଆଜି ଦିନବେଳା ସାକ୍ଷାତ କରିବେ । କୁହାଯାଉଛି ଯେ, ଅଯୋଧ୍ୟା ଉପରେ ରାୟ ପ୍ରକାଶ ପୂର୍ବରୁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ପାଇଁ ଅଫିସରଙ୍କୁ ଡାକିଛନ୍ତି ।

ଅଯୋଧ୍ୟା ଉପରେ ସମ୍ଭାବ୍ୟ ରାୟ ପ୍ରକାଶକୁ ଦୃଷ୍ଟିରେ ରଖି ଯୋଗୀ ସରକାରଙ୍କଠୁ ନେଇ ପୁରା ପ୍ରଶାସନିକ ବିଭାଗ ହାଇ ଆର୍ଲଟରେ ଅଛନ୍ତି । ଗୁରୁବାର ଦିନ ଯୋଗୀ ଆଦିତ୍ୟନାଥ ଭିଡିଓ କନ୍‌ଫରେନ୍ସ  ମାଧ୍ୟମରେ  ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀ  ଓ ପୋଲିସ୍‌ ଅଧିକ୍ଷକଙ୍କ ସହ ସୁରକ୍ଷା ବ୍ୟବସ୍ଥର ସମିକ୍ଷା କରିଥିଲେ ।

ସେହିପରି କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ସୂଚନାନୁଯାୟୀ, ଅଯୋଧ୍ୟାର ରାୟକୁ ମଧ୍ୟନଜରରେ ରଖି  ସମସ୍ତ ରାଜ୍ୟକୁ ନିର୍ଦ୍ଦେଶନାମା ଜାରିକରିଛନ୍ତି । ସୁଚନାମୁତାବକ ଅତିରିକ୍ତ ସୁରକ୍ଷା ପାଇଁ  ଗୃହ ମନ୍ତ୍ରାଳୟ ସିଆରପିଏଫର 40 ଗ୍ରୁପ୍‌କୁ ପଠାଯାଇଛି ।  ଏହି 40 ଗ୍ରୁପ୍‌ରେ 4000 ପାରା ମିଲିଟାରି ଫୋର୍ସର ଯବାନ ଶାମିଲ ଅଛନ୍ତି ।

ଉତ୍ତର ପ୍ରଦେଶ ପୋୋଲିସ୍‌ ବରେଲୀ ଜୋନ୍‌ରେ 6 ହଜାରରୁ ଅଧିକ ଏପରିଲୋକଙ୍କୁ ଚିହ୍ନଟ କରିଛି ଯେଉଁମାନେ ରାୟ ପ୍ରକାଶ ପରେ ଉପଦ୍ରବ କରିପାରନ୍ତି । ଏହ ଲୋକମାନଙ୍କୁ ରେଡ କାର୍ଡ ଜାରି କରାଯାଇଛି । ଅର୍ଥାତ୍‌ପୋଲିସ୍‌ ଏମାନଙ୍କ ଉପରେ ତିକ୍ଷଣ ନଜର ରଖିବ । ବରେଲି ଜୋନ୍‌ର ଶହର ଯଥା ଶାହଜହାପୁର, ବନ୍ଦାୟୁ, ପିଲିଭିତ୍‌, ରାମପୁର, ମୁରାଦାବାଦ, ସମ୍ଭଲ, ଅମରୋହ ଓ ବିଜନୌରରେ 4 ହଜାରରୁ ଅଧିକ ଏହିପରି ଲୋକଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନେ କି ରାୟ ପରେ ଆନ୍ଦୋଳନ କରିପାରନ୍ତି ।  ଏହା ବ୍ୟତିତ 90 ଏପରି ସ୍ଥାନ ଚିହ୍ନଟ କରାଯାଇଛି ଯାହା ସମ୍ବେଦନଶୀଳ ଅଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top