ଦେଶ

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟ ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖିଲ କରିବ ମୁସଲିମ୍‌ ପକ୍ଷ

court

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମନ୍ଦିର ସପକ୍ଷରେ ଯିବା ପରେ ରବିବାର ଦିନ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଏହି ନିଷ୍ପତ୍ତି ଉପରେ ବୈଠକ କରାଯାଇଛି । ଏହାପରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ କରି ମୁସଲିମ୍‌ ପର୍ସନାଲ ଲ ବୋର୍ଡ କହିଛି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଚ କରାଯିବ ଓ ଆମକୁ କୌଣସି ଅଲଗା ସ୍ଥାନରେ ଜମି ଦେବା ମଞ୍ଜୁର ନୁହେଁ ।

ବୋର୍ଡ ତରଫରୁ କୁହାଯାଇଛି ଯେ, କୋର୍ଟଙ୍କ ନିଷ୍ପତ୍ତିରେ ବିବାଦିତ ଜମୀ ଉପରେ  ନମାଜ ପଢା ଯାଉଛି ଓ ଗୁବନ୍ଦର ତଳେ ଜନ୍ମସ୍ଥାନ ହେବାର କୌଣସି ପ୍ରମାଣ ନାହିଁ । ବୋର୍ଡ ପୁଣି କହିଛି ଯେ ଆମେ ବିବାଦିତ ଜମି ପାଇଁ କେଶ୍‌ ଲଢିଥିଲୁ, ଆମକୁ ସେହି ଜମି ଦରକାର ଅଲଗା ଜମି ନୁହେଁ । ପ୍ରେସ କନଫରେନ୍ସ ପୂର୍ବରୁ ମୁସଲିମ ପର୍ସନାଲ ଲ ବୈଠକ ଲକ୍ଷୌର ମମତାଜ ପିଜି କଲେଜରେ ହୋଇଥିଲା । ବୈଠକରେ ଅଧ୍ୟକ୍ଷ ରାବେ ହସନ ନଦବୀ ସମେତ ଅସଦୁଦ୍ଦୀଦିନ ଓବେସୀ ଓ ଜଫରୟାବ ଜିଲାନୀ ଉପସ୍ଥିତ ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top