ଜୀବନ ମନ୍ତ୍ର

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଅମରନାଥ ଧାମରୁ ହେବ ଆଳତୀ ଲାଇଭ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଚଳିତ ବର୍ଷର ପ୍ରଥମ ଶ୍ରାବଣ ସୋମବାର  । କିନ୍ତୁ କରୋନା ମହାମାରୀ ପାଇଁ ଭକ୍ତମାନଙ୍କୁ ଅମରନାଥ ଧାମ ଯାତ୍ରା କରିବା ମନା  । କିନ୍ତୁ ଏହି ଶ୍ରାବଣ ମାସରେ ବାବା ଅମରନାଥଙ୍କ ଭକ୍ତମାନଙ୍କ ପାଇଁ ରହିଛି ଏକ ଖୁସି ଖବର  । ଇତିହାସରେ ପ୍ରଥମ ଥର ପାଇଁ ଅମରନାଥ ଧାମରୁ ବାବା ଅମରନାଥଙ୍କ ଆଳତୀ ଲାଇଭ ଦେଖିବାକୁ ମିଳିବ ।

ଶ୍ରାବଣ ମାସରେ ଭକ୍ତମାନେ ଶ୍ରୀ ଅମରନାଥ ଧାମରୁ ବାବା ଭୋଳାନାଥଙ୍କ ଆଳତୀର ସିଧା ପ୍ରସାରଣ ଦେଖିପାରିବେ। ଆଜି ସକାଳେ ଆଳତୀ ସମୟରେ ଅମରନାଥ ଗୁମ୍ଫାରେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଜିସି ମୁର୍ମୁ ଏବଂ ବରିଷ୍ଠ ଅଧିକରୀମାନେ ଉପସ୍ଥିତ ଥିଲେ । ବାବାଙ୍କର ଏହି ଲାଇଭ ଆଳତୀ ଇତିହାସରେ  ପ୍ରଥମ ଥର ପାଇଁ ହେବାକୁ ଯାଉଛି ।

ଏହା ସହ  ଭକ୍ତମାନେ ଲାଇଭ ଆଳତୀରେ ଯୋଡ଼ି ହୋଇପାରିବେ । ଏହି ଆଳତୀ ଅମରନାଥଙ୍କ ଗୁମ୍ଫାରେ ସକାଳ ଓ ସନ୍ଧ୍ୟାରେ କରାଯିବ  ।ଯାହାକୁ ପ୍ରତିଦିନ ସକାଳ 6 ଟା ଏବଂ ସନ୍ଧ୍ୟା 7 ଟାରେ ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ଭକ୍ତମାନେ ଦେଖିପାରିବେ  । ଶ୍ରୀ ଅମରନାଥ ଶ୍ରୀମନ୍ଦିର ବୋର୍ଡ କମିଟି ଏବଂ ଦୂରଦର୍ଶନର ମିଳିତ ସହଯୋଗରେ ଏହା ସମ୍ଭବ ହେବାକୁ ଯାଉଛି   ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top