ଦେଶ

ଡୋଭାଲଙ୍କ ବାସଭବନରେ ବଡ଼ ବୈଠକ: ବାବା ରାମଦେବ, କଲ୍‌ବେ ଜବାଦଙ୍କ ସମେତ ବହୁ ଧର୍ମଗୁରୁ ସାମିଲ

Doval

ନୂଆଦିଲ୍ଲୀ: ଡୋଭାଲଙ୍କ ବାସଭବନରେ ବସିଛି ବଡ଼ ବୈଠକ । ଅଯୋଧ୍ୟା ଉପରେ ଆସିଥିବା ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ରବିବାର ଦିନ ଦିଲ୍ଲୀରେ ଏନଏସଏ ଅଜିତ୍‌ ଡୋଭାଲଙ୍କ ବାସଭବନରେ ବୈଠକ ବସିଛି । ଏହି ବୈଠକରେ ବାବା ରାମଦେବ, ସ୍ୱାମୀ ପରମାତ୍ମାନନ୍ଦ, ସିୟା ଧର୍ମଗୁରୁ ମୌଲାନା କଲ୍‌ବେ ଜବାଦ ଓ ଅନ୍ୟ ଧର୍ମଗୁରୁଙ୍କୁ ନେଇ ବୈଠକ ହୋଇଛି । ଶାନ୍ତି ବ୍ୟବସ୍ଥାକୁ ନେଇ ବୈଠକରେ ଆଲୋଚନା ହୋଇଛି ବୋଲି ସୂଚନା ମୁିଳିଛି ।

ଶନିବାରକୁ ମଧ୍ୟ ଅବଧେଶାନନ୍ଦ ଗିରି, ସ୍ୱାମୀ ପରମାତ୍ମାନନ୍ଦ ଓ ବାବା ରାମଦେବ ସାକ୍ଷାତ ପାଇଁ ଅଜିତ ଡୋଭାଲଙ୍କ ବାସଭବନରେ ପହଞ୍ଚିଥିଲା । ଏହି ଆଲୋଚନା ପାଖାପାଖିଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ।  ଡୋଭାଲଙ୍କ ସହ ସାକ୍ଷାତ ପରେ ଅବଧେଶାନନ୍ଦ ଗିରି କହିଥିଲେ ଯେ, ସେମାନେ ଅଯୋଧ୍ୟ ନିଷ୍ପତ୍ତି ପରେ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।  ସେହିପରି  ପରମାତ୍ମାନନ୍ଦ କହିଛନ୍ତି ଆମେ ଦେଶରେ ଶାନ୍ତି ରକ୍ଷା କରିବା ଉଦ୍ଦେଶ୍ୟ ଉପରେ ଚର୍ଚ୍ଚା ପାଇଁ ଡୋଭାଲଙ୍କ ସହ ସାକ୍ଷାତ କରିଥିଲୁ ।   ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top