ଦେଶ

ହଜଖାସ ଜଗନ୍ନାଥ ମନ୍ଦିରରେ ଭର୍ଚ୍ଚୁଆଲରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କଲେ ପ୍ରବାସୀ ଓଡ଼ିଆ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଛି। କୋଭିଡ କଟକଣା ପାଇଁ ଚଳିତବର୍ଷ ମନ୍ଦିର କମିଟି ସବୁ ରୀତିନୀତି ମନ୍ଦିର ଭିତରେ କରିଛନ୍ତି। ଭକ୍ତମାନେ ଦର୍ଶନ କରିବାକୁ ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡ଼ିଆରେ ଲାଇଭ୍ କରାଯାଇଛି। ମହାମାରୀ କରୋନା ପାଇଁ ସାମାଜିକ ଦୂରତ୍ଵକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରସାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପୁଷ୍ପାଳକ ସେବକ ଦିଅଁମାନଙ୍କୁ ବାରଲାଗି ପାଟ ପିନ୍ଧାନ୍ତି ଏବଂ ମାଳଫୁଲରେ ବେଶ କରାନ୍ତି । ଏହି ବେଶ ମୁଖ୍ୟତଃ ଫୁଲ ବେଶ । କରପଲ୍ଲବ, କୁଣ୍ଡଳ ଓ ଚନ୍ଦ୍ରିକା ଦୁଇ ଠାକୁର (ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ଲାଗି ହୁଏ । ତଡ଼କୀ ଓ ଚନ୍ଦ୍ରିକା ଦେବୀ ସୁଭଦ୍ରାଙ୍କୁ ଲାଗି ହୁଏ । ତଡ଼କୀ ହେଉଛି କଣ୍ଠ ନିମନ୍ତେ ଏକ ପୁଷ୍ପ ଭୂଷା । ଦିଅଁମାନେ ଅଧରମାଳା, ଚଉସରା, ବକ୍ଷରେ ପଦକ, ନାସାରେ ଗୁଣା ଓ ନାକୃଆସି, ମଥାରେ ଅଳକା ପରିଧାନ କରନ୍ତି । ପିନ୍ଧାଯାଇଥିବା ବାରଲାଗି ପାଟବରେ ଜୟଦେବଙ୍କ ଗୀତଗୋବିନ୍ଦର କେତୋଟି ଧାଡ଼ି ବୁଣାଯାଇଥାଏ । ବେଶ ବଢ଼ିବା ପରେ ପୁଷ୍ପାଳକ ଠାକୁରମାନଙ୍କୁ କର୍ପୂର ଲାଗି କରାନ୍ତି । ବେଶ ପରେ ବଡ଼ସିଂହାର ଧୂପ ହୁଏ ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରଥଯାତ୍ରା ହଜଖାସ ମନ୍ଦିର ବେଢାରେ ହୋଇଛି। ସେହିପରି ବାହୁଡ଼ା ମଧ୍ୟ ମନ୍ଦିର ପରିସରରେ ହେବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top