ଧର୍ମ

ବାହୁଡ଼ା ରୀତିନୀତି ପୂର୍ବରୁ ସେବାୟତଙ୍କ ହୋଇଛି ଥର୍ମାଲ ସ୍କ୍ରିନିଂ

ଅର୍ଗସ ବ୍ୟୁରୋ : କରୋନା ସଙ୍କଟ ମଧ୍ୟରେ ଚଳିତ ବର୍ଷ କୋଭିଡ କଟକଣା ମାନି ରଥଯାତ୍ରା କରିବାକୁ ଧାର୍ଯ୍ୟ ହୋଇଥିଲା। ଏହି କ୍ରମରେ ବିନା ଭକ୍ତରେ ଓ କୋଭିଡ କଟକଣା ଭିତରେ ବାହୁଡ଼ା ଯାତ୍ରା ହେଉଛି । ରଥଯାତ୍ରା ପୂର୍ବରୁ କୋଭିଡ ଟେଷ୍ଟ ରିପୋର୍ଟରେ ନେଗେଟିଭ୍ ଆସିଥିବା ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ଏହି ନବଦିନାତ୍ମକ ଯାତ୍ରାର ଆୟୋଜନ କୋଇଛି। ତେବେ ଆଜି ବାହୁଡ଼ା ଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ସେବାୟତମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏହାପରେ ଗୁଣ୍ଡିଚା ମନ୍ଦିରରେ ନୀତିକାନ୍ତିରେ ନିୟୋଜିତ ଥିବା ଜଣଙ୍କ ପରେ ଜଣେ ସେବାୟତ ଭିତରକୁ ପ୍ରବେଶ କରିଥିଲେ ।

ପୁରୀରେ କୋଭିଡ୍ କଟକଣାଯୁକ୍ତ ଓ ବିନା ଭକ୍ତରେ ଘୋଷଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ଏହି ସର୍ତ୍ତ ମାନି ସେବାୟତମାନେ ମାସ୍କ ପିନ୍ଧି ସମସ୍ତ ନୀତିକାନ୍ତି କରୁଥିବା ଦେଖିବାକୁ ମିଳୁଛି। ଶ୍ରୀଜିଉଙ୍କର ରଥଯାତ୍ରା ସମ୍ପାଦିତ ହେବାପରେ ଆଜି ବାହୁଡ଼ା ଯାତ୍ରା ଓ ପରେ ସୁନାବେଶ, ଅଧର ପଣା ନୀତି ଓ ନିଳାଦ୍ରି ବିଜେ କଟକଣା ଭିତରେ ସାରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top