ଧର୍ମ

ପହଣ୍ଡି ବିଜେ ନୀତି ସଂପନ୍ନ, ରଥାରୁଢ ହେଲେ ଚତୁର୍ଦ୍ଧା ମୂର୍ତ୍ତ

ଅର୍ଗସ ବ୍ୟୁରୋ : ଶ୍ରୀ ବିଗ୍ରହଙ୍କ ପହଣ୍ଡି ବିଜେ ନୀତି ସଂପନ୍ନ ହୋଇଛି। ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତ । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ଶ୍ରୀ ବିଗ୍ରହ। ତେବେ ନୀତି ନିର୍ଘଣ୍ଟ ପୂର୍ବରୁ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି। ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି ।

ଦେବଦଳନ ରଥରେ ରଥାରୁଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୁଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ପହଣ୍ଡି ସାରି ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି ।

ତିନି ଠାକୁର ରଥାରୁଢ଼ ହେବା ପରେ ପୂର୍ବାହ୍ନ ୧୦ଟାରୁ ୧୧: ୩୦ ମଧ୍ୟରେ ଛେରାପହଁରା ନୀତି ଆରମ୍ଭ ହେବ। ଏହାପରେ ଚାରମାଳ ଫିଟା ଓ ଘୋଡ଼ାଲାଗିବା ମଧ୍ୟାହ୍ନ ୧୨ଟାରେ‌ ‌ଶେଷ ‌ହେବ। ୧୨ଟାରେ‌ ରଥଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top