ଧର୍ମ

ଶ୍ରୀ ବିଗ୍ରହଙ୍କର ଚାଲିଛି ପହଣ୍ଡି ବିଜେ ନୀତି, ଧାଡ଼ି ପହଣ୍ଡିରେ ଆସୁଛନ୍ତି ହଳଦୀ ମୁହିଁ

ଅର୍ଗସ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପହଣ୍ଡି ବିଜେ ଆମ୍ଭ ହୋଇଛି। ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହୋଇଛନ୍ତି ଶ୍ରୀସୁଦର୍ଶନ । ଏହାପରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି। ଶେଷରେ ଗୋଟି ପହଣ୍ଡିରେ ଆସି ରଥାରୁଢ଼ ହେବେ ଜଗତର ନାଥ ଶ୍ରୀଜଗନ୍ନାଥ ।

ତେବେ ମଧ୍ୟାହ୍ଣ ୧୨ଟାରେ ଆରମ୍ଭ ହେବ ରଥଟଣା । ଆଜି ପୁରୀରୁ ପ୍ରବଳ ଖରା ହେଉଛି । ଏହାକୁ ଦୃଷ୍ଟିରେ ରଖି ଶରଧାବାଲିରେ ପାଣି ସିଞ୍ଚନ କରାଯାଉଛି । ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା କରାଯାଇଛି । ମୁଦିରଥ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହୋଇଛି ଚତୁର୍ଧାବିଗ୍ରହଙ୍କ ପହଣ୍ଡି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top