ଧର୍ମ

ଆଜି ପବିତ୍ର ବାହୁଡ଼ା ଯାତ୍ରା, ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୂରତି

bahuda

ଅର୍ଗସ ବ୍ୟୁରୋ : ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ।  ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ବାହୁଡା ଯାତ୍ରା ପାଇଁ ନାକଚଣା ଦ୍ବାର ନିକଟରେ ତିନି ରଥ ଅପେକ୍ଷା ରତ ରହିଛନ୍ତି ।  ଏହାସହ ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ କର୍ଫ୍ୟୁ କରାଯାଇଛି। ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି  କର୍ଫ୍ୟୁ ବଳବତ୍ତର ରହିବ।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବଡଦାଣ୍ଡକୁ କାହାକୁ ଆସିବାକୁ ଦିଆଯିବ ନାହିଁ। କେବଳ ସେବକମାନେ ରଥ ଟାଣିପାରିବେ। ବଡଦାଣ୍ଡରେ କଡା ସୁରକ୍ଷା‌ଭିତରେ ସବୁ କିଛି କରାଯିବ। ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କ‌ରାଯାଇଛି। ମହାପ୍ରଭୁଙ୍କ ବାହୁଡାଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top