ନ୍ୟୁଜ୍

ବୈତରଣୀ ପାଇଁ କାଳ ମ୍ୟୁନିସପାଲିଟି, କୁଢ଼ କୁଢ଼ ଅଳିଆ ପକାଇ ପ୍ରଦୁଷିତ କରୁଛି ଜଳ !

Jajpur

ଯାଜପୁର: ବୈତରଣୀ ପାଇଁ କାଳ ସାଜିଛି ଯାଜପୁର ମ୍ୟୁନିସପାଲିଟି । ନଦୀ ଗର୍ଭରେ ଜମୁଛି କୁଢ଼ କୁଢ଼ ଅଳିଆ । ଯାଜପୁର ପୌର ପରିଷଦ 18ଟି ୱାର୍ଡକୁ ନେଇ ଗଠିତ ହୋଇଥିବା ବେଳେ ଜନସଂଖ୍ୟା ରହିଛି ପ୍ରାୟ 50 ହଜାର । ହେଲେ ଏଠାରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ପୌର ପରିଷଦର ନିଜସ୍ୱ ଡମ୍ପିଂୟାର୍ଡ ନାହିଁ । ଫଳରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୈତରଣୀ ନଦୀକୂଳରେ ସହରର ଅଳିଆ ଆବର୍ଜନାଗୁଡ଼ିକୁ ପକାଯାଉଛି । ଯାହାଦ୍ୱାରା ବୈତରଣୀ ନଦୀ ପ୍ରଦୂଷିତ ହେଉଛି ।

ଯାଜପୁର ପୌରପାଳିକା ସର୍ବ ପୁରାତନ ପୌରପାଳିକା ହେଲେ ମଧ୍ୟ ସହରକୁ ଆବର୍ଜନା ମୁକ୍ତ ରଖିବା ପାଇଁ ନାହିଁ କୌଣସି ସ୍ଥାୟୀ ବ୍ୟବସ୍ଥା । ଆଳିଆ ଆବର୍ଜନା ପକାଇବା ଦ୍ୱାରା ସିଧା ସଳଖ ଏହା ନଦୀ ଜଳରେ ମିଶି ନଦୀକୁ ପ୍ରଦୂଷଣ କରୁଛି । ଗୋଟେପଟେ ବୈତରଣୀ ନଦୀ ସଫା ପାଇଁ ପ୍ରଚେଷ୍ଟା ଚଳାଇଥିବା ପ୍ରଶାସନ କହୁଥିବାବେଳେ ଅନ୍ୟପଟେ ନଦୀ ଗର୍ଭରେ ଅଳିଆ ଆବର୍ଜନା ପକାଇବା ବାସ୍ତବ ଛବି ସ୍ପଷ୍ଟ କରୁଛି ।

ତେବେ ପ୍ରଦୂଷଣରୁ କେବେ ମୁକୁଳୁଛି ବୈତରଣୀ ଏବଂ କେବେ ହେଉଛି ପୌରପାଳିକାର ସ୍ଥାୟୀ ଡମ୍ପୀଂୟାର୍ଡ ବ୍ୟବସ୍ଥା, ତାକୁ ହିଁ ଅପେକ୍ଷା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top