ଟେକ୍ନୋଲୋଜି

ଅଭିନନ୍ଦନଙ୍କ ବିରତ୍ୱକୁ ପୁରିଲା ବର୍ଷେ, ପାକିସ୍ତାନ ମାଟିରେ ଦେଖାଇଥିଲେ ପରାକ୍ରମ

ନୂଆଦିଲ୍ଲୀ: ଆଜିକୁ ଠିକ୍‌ ଏକ ବର୍ଷ ପୂର୍ବେ ସାରା ବିଶ୍ୱ ଦେଖିଥିଲା ଅଭିନନ୍ଦନ ବର୍ଦ୍ଧମାନଙ୍କ ବିରତ୍ୱ ଓ ଶାହସ ।   ପାକିସ୍ତାନ ମାଟିରେ ପରାକ୍ରମ ଦେଖାଇ ନିଜ ଦେଶ ପାଇଁ ଗୌରବ ଆଣିଦେଇଥିଲେ ଓ୍ୱିଙ୍ଗ କମାଣ୍ଡର ବୀର ଅଭିନନ୍ଦନ । 27 ଫେବ୍ରଆରୀ 2019ରେ  ବାଲାକୋଟ ଏୟାରଷ୍ଟ୍ରାଇକ୍‌  ପରେ ହୋଇଥିବା ଡଗ୍‌ଫାଇଟ୍‌ ସମୟରେ  ବୀର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା  ଧରିନେଇଥିଲେ ।  କିନ୍ତୁ ଭାରତର ଚମତ୍କାର କୁଟନୀତି ଏବଂ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ପାକିସ୍ତାନ ଭାରତ ଆଗରେ ଆଣ୍ଠେଇବାକୁ ବାଧ୍ୟ ହୋଇଥିଲା ମାତ୍ର 60 ଘଣ୍ଟା ମଧ୍ୟରେ ଏହି ବୀର ଯବାନଙ୍କୁ  ଫେରାଇଦେଇଥିଲା ପାକ୍‌  ।

ସେଦିନର ଘଟଣା ଅନୁଯାୟୀ, ପୁଲଓ୍ୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପଶି ଏୟାରଷ୍ଟ୍ରାଇକ୍‌ କରିଥିଲା । ଏହାପରେ ପାକ୍‌ ଏହାର ପ୍ରତିଶୋଧ ନେବା ପାଇଁ ଭାରତୀୟ ସୀମାରେ  ନିଜର ଏକ ଲଢାକୁ ବିମାନ ଏଫ୍‌-16 ପଠାଇଥିଲା ।  ଏହି ସମୟରେ ପାକିସ୍ତାନୀ ବାୟୁସେନାକୁ  ପିଛା କରିଥିଲା ଭାରତୀୟ ଲଢାକୁ ବିମାନ ।  ପାକ୍‌ର ବିମାନକୁ ପିଛା କରିଥିଲା  ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବିମାନ ମିଗ୍‌-21 । ପିଛା କରୁ କରୁ ଓ୍ୱିଙ୍ଗ କମାଣ୍ଡର ପହଞ୍ଚିଯାଇଥିଲେ ପାକ୍‌ ସୀମାରେ ।

ଅଭିନନ୍ଦନଙ୍କ  ମିଗ୍‌-21 ପାକ୍‌ ସୀମାରେ ଏଥିପାଇଁ ପ୍ରବେଶ କରିଯାଇଥିଲେ ଯେ  ବାୟୁସେନାର ଇଣ୍ଟ୍ରିଗ୍ରେଟେଡ ଏୟାର କମାଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ ତରଫରୁ  ପଠାଯାଉଥିବା ରେଡିଓ ସନ୍ଦେଶ ତାଙ୍କ ନିକଟରେ ପହଞ୍ଚିପାରୁନଥିଲା । ଅଭିନନ୍ଦନଙ୍କୁ ଅମ୍ବାଲାରେ ଥିବା ଇଣ୍ଟିଗ୍ରେଟର କମାଣ୍ଡ  ସିଷ୍ଟମ ରୁ ଫେରିଯିବା ପାଇଁ ଗୋ କୋଲ୍ଡ, ଗୋ କୋଲ୍ଡ ଅର୍ଥାତ୍‌ ଫେରି ଆସ, ଫେରି ଆସର ବହୁ ସନ୍ଦେଶ ପଠାଯାଇଥିଲା । କାରଣ ଅତି ସଂକଟଜନକ ସ୍ଥିତିରେ ମଧ୍ୟ ଏଲଓସି ଡେଇଁ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରିବାର ଅନୁମତି ନାହିଁ ।

ପଠାଯାଇଥିବା  ମାସେଜକୁ  ପାକିସ୍ତାନୀ ସେନା  ଏହା ଶୁଣି  ଏହାକୁ ଅଭିନନ୍ଦନଙ୍କ ନିକଟରେ ପହଞ୍ଚାଇନଥିଲେ ।  ଏହି କାରଣରୁ ଓ୍ୱିଙ୍ଗ କମାଣ୍ଡର  ଅଭିନ୍ଦନ୍ଦନ  ପାକ୍‌ ବାୟୁସେନାରର ଏଫ୍‌-16 ବିମାନର ପିଛା କରିଥିଲେ ଏବଂ ପାକିସ୍ତାନର ବାୟୁସୀମାରେ ପ୍ରବେଶ କରିଗଲେ ।  ଅଭିନନ୍ଦନଙ୍କ ଆକ୍ରମଣକୁ ଏଡାଇବା ପାଇଁ ପାକିସ୍ତାନୀ ବିମାନଟି ସିଧା ଉପରକୁ ଉଠିଥିଲା । ଏଫ-୧୬ ଯୁଦ୍ଧ ବିମାନକୁ ଆକାଶରେ ଧ୍ୱଂଶ କରିଦେଇଥିଲା ଅଭିନନ୍ଦନଙ୍କ  ମିଗ୍‌-21 ।  ଏହା ପୁଣି ଶତ୍ରୁ ମାଟିରେ ଧ୍ୱଂଶ କରାଇଦେଖାଇଥିଲେ ବୀର ଅଭିନନ୍ଦନ ।

ଆଉ ସେତେବେଳେକୁ ଏଲଓସି ଅତିକ୍ରମ କରି ପ୍ରାୟ ୧୦ରୁ ୧୨ କିଲୋମିଟର ପାକିସ୍ତାନ ଭିତରକୁ ପଶିଯାଇଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ।   ଯେଉଁଠାରେ ତାଙ୍କ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଓ ପାକ୍‌ ସେନା ଦ୍ୱାରା ଧରାପଡିଥିଲେ ବୀର ଅଭିନନ୍ଦନ ।  ଦୀର୍ଘ 60 ଘଣ୍ଟା ଅଭିନନ୍ଦନଙ୍କୁ ନିଜ ମାଟିରେ ବନ୍ଦୀ କରି ରଖିଥିଲା ପାକ୍ । କିନ୍ତୁ ଭାରତର ଚାପ ଆଗରେ ମୁଣ୍ଡ ନୁଆଇଁଥିଲା ପାକ୍ । ଆଉ ମାର୍ଚ୍ଚ ୧ରେ ୱାଘା-ଅଟାରୀ ବର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ଛାଡିଥିଲା ପାକିସ୍ତାନ । ପାକିସ୍ତାନ ମାଟିରେ 60 ଘଣ୍ଟା ରହିଥିଲେ ମଧ୍ୟ ଅଭିନନ୍ଦନ କୌଣସି ଗୁପ୍ତ ତଥ୍ୟ ପାକ୍ ସେନାକୁ ଦେଇନଥିଲେ । ଯେଉଁଥିପାଇଁ ପୂରା ଦେଶ ତାଙ୍କୁ ସଚ୍ଚା ସୈନିକ ଭାବେ ସଲାମ କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top