ଟେକ୍ନୋଲୋଜି

ବାଲାକୋଟ ଏୟାରଷ୍ଟ୍ରାଇକ୍‌କୁ ପୁରିଲା ବର୍ଷେ, ମିଗ୍‌-21ର ଉଡ଼ାଣ ଭରିଲେ ବାୟୁସେନା ମୁଖ୍ୟ  ଆରକେଏସ ଭଦୋରିଆ

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ୍‌କୁ ଆଜି ପରୁଛି ବର୍ଷେ ।  ଏହି ଅବସରରେ  ବୁଧବାର ଦିନ  ବାୟୁସେନା ମୁଖ୍ୟ  ଆରକେଏସ ଭଦୋରିଆ ମିଗ୍‌-21 ବିମାନ ଉଡାଇଛନ୍ତି । ଏୟାର ଚିଫ୍‌ ମାର୍ଶାଲ ଭଦୋରିଆ ଆଜି ଶ୍ରୀନଗରର ଏୟାବେସ୍‌ରେ 51 ସ୍କ୍ୱାର୍ଡନ କମାଣ୍ଡଙ୍ଗି ଅଫିସର ଗ୍ରୁପ୍‌ କ୍ୟାପ୍ଟେନ୍‌ ନଜୀରଙ୍କ ସହ ମିରାଜ-2000 ଓ ସୁଖୋଇ-30 ଏମକେଆଇ ବିମାନମାନଙ୍କ ସହ  ମିଶନ ପାଇଁ ଉଡାଣ ଭରିଥିଲେ ।

ସୂଚନାମୁତାବକ, 26 ଫେବ୍ରୁଆରୀ  2019ରେ ଭାରତୀୟ ବାୟୁସେନାର ମିରାଜ ବିମାନ ପାକିସ୍ତାନର ବାଲାକୋଟ ଯାଇ ଆତଙ୍କବାଦୀ ଗୋଷ୍ଠୀ ଜୈସ-ଇ-ମହମ୍ମଦର କ୍ୟାମ୍ପକୁ ଧ୍ୱଂଶ କରିଥିଲା । ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ମଧ୍ୟ ଶ୍ରୀନଗରରୁ ନିଜ ବିମାନ ମିଗ-21  ଉଡାଣ ଭରି ପାକିସ୍ତାନ ବାୟୁସେନାର ଏଫ-16 ବିମାନକୁ ଧ୍ୱଂଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top