ଦେଶ

ବାଲାକୋଟ ଏୟାରଷ୍ଟ୍ରାଇକକୁ ପୁରିଲା ବର୍ଷେ, ୪୦ ଶହୀଦ ଯବାନଙ୍କ ପ୍ରତିଶୋଧ ନେଇଥିଲା ଭାରତ

ନୂଆଦିଲ୍ଲୀ : ବାଲାକୋଟ ଏୟାରଷ୍ଟ୍ରାଇକକୁ ପୁରିଛି ଏକ ବର୍ଷ। ପୁଲୱାମା ଆକ୍ରମଣର ୧୨ ଦିନ ପରେ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ଶତ୍ରୁର ଘରେ ପଶି ଆକ୍ରମଣ କରିଥିଲା। ଯେଉଁଥିରେ ସ୍ତବ୍ଧ ହୋଇଥିଲା ପଡୋଶୀ ରାଷ୍ଟ୍ର। ଭାରତୀୟ ଯୁଦ୍ଧ ବିମାନର ଗର୍ଜନରେ ଥରି ଉଠିଥିଲା ପାକିସ୍ତାନ। ଏହି ଏୟାରଷ୍ଟ୍ରାଇକରେ ପାକିସ୍ତାନ ସ୍ଥିତ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରାଯାଇ ଆକାଶ ମାର୍ଗରୁ ସେମାନଙ୍କ ଉପରେ ଗୁଳିବର୍ଷା କରିଥିଲା ଭାରତୀୟ ବାୟୁସେନା। ଏହାକୁ ଆଜି ପୁରିଛି ଏକ ବର୍ଷ।

ଏନେଇ ପୂର୍ବତନ ବାୟୁସେନା ପ୍ରମୁଖ ବିଏସ୍ ଧନୋୱା କହିଛନ୍ତି ଯେ, ଏକ ବର୍ଷ ବିତି ଯାଇଛି। ଆମେ ଆତ୍ମସନ୍ତୁଷ୍ଟିର ସହ ପଛକୁ ବୁଲି ଦେଖି ପାରୁଛୁ। ଆମେ ଏଥିରୁ ବହୁତ କିଛି ଶିଖିଛୁ। ବାଲାକୋଟ ଏୟାରଷ୍ଟ୍ରାଇକ ପରେ ବହୁତ କିଛି ଲାଗୁ କରାଯାଇଛି। ଏହି ସମୟରେ ସେ ସମଗ୍ର ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ଆମେ ଆମ କ୍ଷେତ୍ରରେ ରହି ଶତ୍ରୁ ଉପରେ ଆକ୍ରମଣ କରିପାରି ଥାନ୍ତୁ କିନ୍ତୁ ଆପଣ ଯେଉଁଠାରେ ବି ଥାନ୍ତୁ, ଆମେ ଘରେ ପଶି ମାରିବୁ।

ଏୟାରଷ୍ଟ୍ରାଇକ ନେଇ ଧନୋଆ କହିଛନ୍ତି ଯେ, ଶତ୍ରୁ ପକ୍ଷ କେବେ ଭାବି ନଥିଲା ଆମେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀ ପ୍ରଶିକ୍ଷଣ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରିପାରିବୁ। ଯାହାକୁ ଆମେ ସଫଳତା ପୂର୍ବକ କରି ଦେଖାଇଛୁ। ବାଲାକୋଟ ଆକ୍ରମଣ ପରେ ଆତଙ୍କବାଦୀମାନେ ଭାରତରେ ବଡ଼ ଧରଣର ଆକ୍ରମଣ କରି ନାହାଁନ୍ତି।

୪୦ ଶହୀଦ ଯବାନଙ୍କ ପ୍ରତିଶୋଧ ନେଇଥିଲା ଭାରତ

ଭାରତ ପାକିସ୍ତାନ ଠାରୁ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ୪୦ ଶହୀଦ ଯବାନଙ୍କ ପ୍ରତିଶୋଧ ନେଇଥିଲା। ୨୦୧୯ ଫେବୃଆରୀ ୨୬ରେ ରାତ୍ରୀ ୩ଟା ୩୦ରେ ବାଲାକୋଟ ଏୟାରଷ୍ଟ୍ରାଇକ କରାଯାଇଥିଲା। ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କୀ ଠିକଣା ଧ୍ଵଂସ କରି ଦେଇଥିଲା। ଏହି ଆକ୍ରମଣରେ ବହୁ ଆତଙ୍କବାଦୀ ନିପାଦ ହୋଇଥିଲେ। ୪୦ ଶହୀଦ ଯବାନଙ୍କ ପ୍ରତିଶୋଧ ୧୨ ମିରାଜ ଯୁଦ୍ଧ ବିମାନ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top