X
Breaking News
ନ୍ୟୁଜ୍

ଟ୍ୱିଙ୍କଲ୍ ଶର୍ମା ଗଣ ବଳତ୍କାରକୁ ନେଇ ସୋରରେ ମହମବତୀ ଶୋଭାଯାତ୍ରା

candle march

ବାଲେଶ୍ୱର: ଉତ୍ତରପ୍ରଦେଶ ଆଲିଗଡ଼ରେ ଏକ ୩ ବର୍ଷର ଶିଶୁକନ୍ୟାକୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ତେବେ ଏହି ଘଟଣାକୁ ନେଇ ସାରା ଦେଶବାସୀ ତାତି ଉଠିଛନ୍ତି ।

candle march

ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ଅଲିଗଡର ଟ୍ୱିଙ୍କଲ୍ ଶର୍ମା ଗଣ ବଳତ୍କାରକୁ ସାରା ଦେଶ ଦୁଃଖ ପ୍ରକାଶ କରୁଥିବା ବେଳେ ସୋର ହ୍ୟୁମାନ୍ ସୋସାଇଟି ତରଫରୁ ଏକ ବିଶାଳ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଶୋଭାଯାତ୍ରାଟି ସୋରର ରାଧାନାଥ ପଡିଆରୁ ବହାରି ସୋରର ବିଭିନ୍ନ ଅଞ୍ଚଳ ଉତ୍ତରେଶ୍ୱର ଆଶ୍ରମ ଛକ ଓ ସୋର କୋର୍ଟ ଛକ ପରିକ୍ରମା କରିଥିଲା । ଏହା ସହ ନାରୀ ସୁରକ୍ଷାକୁ ନେଇ ବିଭିନ୍ନ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା । ଏହି ଶୋଭାଯାତ୍ରାରେ ଅନେକ ଯୁବକ ଯୁବତୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top