ଅପରାଧ

ବାଲିକୁଦା: ଜୀବନ୍ତଦଗ୍ଧ ଯୁବକଙ୍କ ମୃତ୍ୟୁ ନେଲା ନୂଆ ମୋଡ଼

burn case

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଂଚଳରେ ଚାଞ୍ଚଲ୍ୟ ।  ଗତକାଲି ଦା ଗାଁ ପ୍ରାଥମିକ ଵିଦ୍ୟାଳୟ ଛାତ ଉପରୁ ଅଚିହ୍ନା ବ୍ୟକ୍ତିଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲା । ଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ତାଙ୍କୁ ଲୋକେ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ଯୁବକଙ୍କ ମୃତ୍ୟୁ  ହୋଇଥିଲା । ମୃତ୍ୟୁ ପୂର୍ବରୁ ଗାଁ ଲୋକେ ମୋବାଇଲରେ ରେକର୍ଡ କରିଥିବା ବୟାନରୁ ଜଣା ପଡିଛି ଯେ, ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ । ତାଙ୍କୁ ଅନ୍ୟକେହି ଏଠାକୁ ଆଣି ଏପରି କରିଛି । ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ମୃତ ବ୍ୟକ୍ତିଙ୍କର ବୟସ ପ୍ରାୟ 45 ବର୍ଷ ହେବ । ମୃତ ଦେହ ନିକଟରୁ ହଳେ ଜୋତା ଓ ଗୋଟିଏ ଛୋଟ ଛୁରୀ ଉଦ୍ଧାର କରା ଯାଇଛି । ପୋଡିଥିବା ସ୍ଥାନରେ ରକ୍ତରେ ଲେଖାଯାଇଛି ମଧୁ ବୋଲି  । ନିକଟରେ କିଛି ମଦ ବୋତଲ ଓ ଗ୍ଲାସ ପଡିଥିଲା ।

ଘଟଣା ସ୍ଥଳରେ ବାଲିକୁଦା ପୋଲିସ ଓ ଜଗତସିଂହପୁର ଏସଡିପିଓ  ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲ ଏବେ ଛୁଟି ଥିବା ବେଳେ ଏହି ବ୍ୟକ୍ତି ଜଣକ ସ୍କୁଲ ଛାତ ଉପରକୁ କିପରି ଆସିଲେ ଓ ସେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ? ସେ ନେଇ ପୋଲିସ ତନାଘନା ଚଳାଇଛି  । ଶବ ବ୍ୟବଚ୍ଛେଦ ଓ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିବା ପରେ ହିଁ ଘଟଣା ସଂପର୍କରେ ଅଧିକ ତଥ୍ୟ ଜଣାପଡିବ ବୋଲି ପୋଲିସ କହିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୋଲିସ ସଂଦେହ କରୁଛି  ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top