ଦେଶ

ହାଇଦ୍ରାବାଦ ପରେ ଏବେ ଛତିଶଗଡ଼ରେ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

deadbody

ଛତିସଗଡ଼: ହାଇଦ୍ରାବାଦ ପରେ ଏବେ ଛତିଶଗଡ଼ରେ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ଛତିଗଡର ବଳରାମପୁରରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି । ବଳରାମପୁରର ଏସପି ଟି.ଆର. କୋଶିମା ଏହି ଘଟଣାରେ କହିଛନ୍ତି ଯେ, ମୃତଦେହର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ ।

ପୋଷ୍ଟମର୍ଟମ ରିପୋର୍ଟ  ଆସିଲେ  ଏହା ସ୍ପଷ୍ଟ ହେବ ଯେ ଏହି ଘଟଣା ଦୁଷ୍କର୍ମ ନା ଆଉ କିଛି । ପୋଲିସ୍‌ ଆଶଙ୍କା କରୁଛି ଯେ  ମହିଳାଙ୍କ ମୃତଦେହକୁ ବାହାରୁ ଆଣି ଏଠାରେ  ଫିଙ୍ଗି ଦିଆଯାଇଛି । ପୋଲିସ୍ ଘଟଣାର ତଦନ୍ତ ଚଳାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top