ଦେଶ

ପିଆଜ ସଙ୍କଟରେ ବାଙ୍ଗଲାଦେଶ, ଖାଇବା ଛାଡିଲେ ପିଏମ ଶେଖ ହସୀନା

bangldesh

ଅର୍ଗସ ବ୍ୟୁରୋ: ଭାରତର ବହୁ ରାଜ୍ୟର ସହରରେ ପିଆଜ ଲୋକଙ୍କୁ କନ୍ଦାଉଛି । ପିଆଜର ଦର 60-70 ଟଙ୍କାରେ ପହଞ୍ଚିସାରିଛି । ଏବେ ପିଆଜ କନ୍ଦାଉଛି ବାଙ୍ଗଲାଦେଶକୁ । ଏଠାରେ ପିଆଜର ସଙ୍କଟ ଏତେମାତ୍ରା ଯେ ପ୍ରଧାନମନ୍ତ୍ରୀ ଶେକ ହସିନା ତାଙ୍କ ମେନ୍ୟୁ ଲିଷ୍ଟରୁ ପିଆଜକୁ ହଟାଇଛନ୍ତି । ଅନ୍ୟଅର୍ଥରେ କହିବାକୁ ଗଲେ ଶେଖ ହସିନା  ପିଆଜର ଅଭାବକୁ ଦୃଷ୍ଟିରେ ରଖି ପିଆଜ ଖାଇବା ଛାଡି ଦେଇଛନ୍ତି ।

 ପିଆଜ ଶଙ୍କଟକୁ ଦେଖି ଆକାଶ ମାର୍ଗରୁ ଆମଦାନୀ କରୁଛି ବାଙ୍ଗଲାଦେଶ । ବାଙ୍ଗଲାଦେଶରେ ପିଆଜର ଅଭାବ ଭାରତ ଦ୍ୱାରା ରପ୍ତାନି ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପାଇଁ ଏହି ଅଭାବ ପରିଲିକ୍ଷିତ ହୋଇଛି । ଭାରତର ଅଧିକ ବର୍ଷା ଯୋଗୁ ପିଆଜର ଫସଲରେ ବ୍ୟାପକ କ୍ଷତି ହୋଇଥିଲା। ସେପ୍ଟେମ୍ବରର ଶେଷ ଆଡକୁ ଭାରତ ସରକାର ପିଆଜର ରପ୍ତାନୀରେ ବ୍ୟାନ୍‌ ଲଗାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top