ଦେଶ

ଆସନ୍ତା ସପ୍ତାହରେ ୪ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ଵର : ବ୍ୟାଙ୍କ ସହିତ  ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ଅଛି କି ?  ତେବେ ତୁରନ୍ତ ସାରି ଦିଅନ୍ତୁ। ନହେଲେ ଆପଣଙ୍କୁ ହୁଏତ ଆଗାମୀ ଦିନରେ ହଇରାଣ ହେବାକୁ ପଡ଼ିପାରେ। କାହିଁକି ନା ଆସନ୍ତା ସପ୍ତାହରେ 4ଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଙ୍ଘ ପକ୍ଷରୁ ଆସନ୍ତା 27ତାରିଖରେ ବନ୍ଦ ଡାକରା ଦିଆଯାଇଛି। ଯଦି ଦାବି ପୂରଣ ନହୁଏ, ତେବେ ଏପ୍ରିଲ 1ରୁ ଅନିଶ୍ଚିତ କାଳ ପାଇଁ ଦେଶବ୍ୟାପି ବିକ୍ଷୋଭ କରାଯିବ ବୋଲି ସଙ୍ଘ ତରଫରୁ ଚେତାବନୀ ଦିଆଯାଇଛି।

ଗତ 11ରୁ 3ଦିନ ପାଇଁ ଏହି ଧର୍ମଘଟ ହେବାକୁ ଥିବାବେଳେ କୌଣସି କାରଣବଶତଃ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ତେଣୁ ଆସନ୍ତା ସପ୍ତାହର ସୋମବାର ଏବଂ ମଙ୍ଗଳବାର ବ୍ୟାଙ୍କ ଖୋଲା ରହିବ। ମାତ୍ର ବୁଧବାର ଅର୍ଥାତ୍ 25ରେ ତେଲୁଗୁ ନବବର୍ଷ, ଗୁଡ଼ିପାଡ଼ଓ୍ବା ଓ ପ୍ରଥମ ନବରାତ୍ର ପଡ଼ୁଥିବାରୁ ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଇମ୍ପାଲ୍, ଜମ୍ମୁ, ମୁମ୍ବାଇ, ନାଗପୁର ଓ ଶ୍ରୀନଗର ଆଦିରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ।

ଏହାପରେ ଗୁରୁବାର ଦିନ ବ୍ୟାଙ୍କ ଖୋଲା ରହିବ। କିନ୍ତୁ ଶୁକ୍ରବାର ଅର୍ଥାତ୍ 27ତାରିଖରେ ବ୍ୟାଙ୍କ ବିକ୍ଷୋଭ କାରଣରୁ ବ୍ୟାଙ୍କିଂ ସେବା ବନ୍ଦ ରହିବାକୁ ଥିବା ଜଣାପଡ଼ିଛି। ସେହିପରି ମାର୍ଚ୍ଚ 28, ମାସର ଚତୁର୍ଥ ଶନିବାର ହୋଇଥିବାରୁ ଏବଂ ପରଦିନ ରବିବାର ହୋଇଥିବାରୁ ଏହି ଦୁଇଦିନ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ  ରହିବ। ତେବେ ଯଦି ମାର୍ଚ୍ଚରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ହୁଏ,ତେବେ ଏହା ଚଳିତ ବର୍ଷର ତୃତୀୟ ଧର୍ମଘଟ  ହେବ ବୋଲି  କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top