ନ୍ୟୁଜ୍

ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ, ଦୁଷ୍କର୍ମରେ ବୟଫ୍ରେଣ୍ଡ ସହ ପୋଲିସ ବି ସାମିଲ !

Rape

ବରଗଡ: ପୁଣି ଲଜ୍ଜା । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରେମିକଙ୍କ ସହ ତାଙ୍କର ସାଥୀ ମଧ୍ୟ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସବୁଠାରୁ ଲଜ୍ଜାଜନକ କଥା ହେଉଛି ପୋଲିସ ଏଠାରେ ରକ୍ଷକ ନାଁରେ ଭକ୍ଷକ ସାଜିଛନ୍ତି । ପ୍ରେମିକଙ୍କ ପୁଲିସ ବନ୍ଧୁ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବରଗଡର ମେଲଛାମୁଣ୍ଡା ଅଞ୍ଚଳରେ । ଅଭିଯୋଗ ଆସିବା ପରେ ବରଗଡ ଏସପି ତତ୍ପରତା ଦେଖାଇଛନ୍ତି । ସୋହେଲା ଥାନାର ଏଏସଆଇ ବନମାଳି କୁଅଁରଙ୍କୁ ନିଲମ୍ବନ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୮ତାରିଖ ସକାଳ ସାଢେ ୬ଟାରେ ସମ୍ପୃକ୍ତ ନାବାଳିକା ଟ୍ୟୁସନକୁ ଯାଇ ଆଉ ଘରକୁ ଫେରିନଥିଲା। ଶନିବାର ରାତି ୮ଟାରେ ମେଲଛାମୁଣ୍ଡା ପୁଲିସ ନିଖୋଜ ନାବାଳିକାକୁ ସୋହେଲାରୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେଇଥିଲା। ତେବେ  ଘରେ ପହଞ୍ଚି ନାବାଳିକା ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ସେ କହିଥିଲେ ଯେ, ୮ତାରିଖ ସକାଳେ ବରଗଡର ରିକୁ ନାଗ ତାକୁ ବାଇକରେ ବସାଇ ସୋହେଲା ଆଣିଥିଲା। ରିକୁ ସୋହେଲା ଥାନା ଆଗରେ ବାଇକ ରଖି ଏଏସଆଇ ବନମାଳୀ କୁଅଁରଙ୍କ ଠାରୁ ତାଙ୍କ ଭଡ଼ା ଘରର ଚାବି ଆଣଥିଲା। ସେହି ଘରେ ଦୁଷ୍କର୍ମ କରିବା ପରେ ବାହାରୁ ତାଲା  ପକାଇ ଦେଇ ପଳାଇଥିଲା।

ଏହାପରେ ଏଏସଆଇ କୁଅଁର ସଂଧ୍ୟାରେ ପୀଡିତାଙ୍କ ମୁହଁରେ କପଡା ବାନ୍ଧି ଗୋଟିଏ ସ୍କୁଟିରେ ବସାଇ ଥାନା ପରିସରରେ ଥିବା ଏକ କୋଠରୀକୁ ଆଣିଥିଲେ । ବାହାରୁ ତାଲା ମାରି ଏଏସଆଇ ଥାନାକୁ ଚାଲି ଯାଇଥିଲେ । ରାତିରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହାପରେ ସେ ବେହୋସ ହୋଇ ଯାଇଥିଲା । ଭୋର ପ୍ରାୟ ୪ଟା ବେଳେ ଚେତା ଫେରିବା ପରେ ମଧ୍ୟ ଏଏସଆଇ ଜଣକ ଆପତ୍ତିଜନକ ଆଚରଣ ଜାରି ରଖିଥିଲେ । ବଡକଥା ହେଉଛି ପୋଲିସ ବାବୁ ଜଣକ କେବଳ ଅଭିଯୁକ୍ତକୁ ସହାୟତା କରିନାହାନ୍ତି ବରଂ ସେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ନାବାଳିକାଙ୍କ ୧୬୪ରେ ବୟାନ ରେକର୍ଡ ମଧ୍ୟ କରିଛି । ସେପଟେ ପ୍ରେମିକ ରିକୁ ନାଗ ବିରୋଧରେ ଦୁଷ୍କର୍ମ ମାମଲା ଓ ପୀଡିତା ଜଣକ ଜଣେ ନାବାଳିକା ହୋଇଥିବାରୁ ପୋକ୍ସୋ ଆକ୍ଟରେ ମଧ୍ୟ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ପୋଲିସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top