ଦେଶ

ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଥିବା ବାଧକ ହଟିବା ଆବଶ୍ୟକ: ବିଶ୍ୱ ହିନ୍ଦୁ ପରିଷଦ

ନୂଆଦିଲ୍ଲୀ:  ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଥିବା ବାଧକ ହଟିବା ଆବଶ୍ୟକ ବୋଲି ବିଶ୍ୱ ହିନ୍ଦୁ ପରିଷଦ ନିଜର ମତ ରଖିଛି ।  ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ ମିଲିନ୍ଦ ପରାନ୍ଦେ କହିଛନ୍ତି ଯେ, ପୁରୀ ଧାମରେ  ଅନୁଷ୍ଠିତ ହେଉଥିବା ଭଗବାନ ଶ୍ରୀ ଜଗନ୍ନାଥଙ୍କର  ପାରମ୍ପରିକ ରଥଯାତ୍ରା, ଯାହା ଶତାଦ୍ଦି ଶତାଦ୍ଦି ଧରି ନିରବଛିନ୍ନ ଭାବରେ ଅନୁଷ୍ଠିତ ହେଉଥିଲା ତାହ ଏ ବର୍ଷ ମଧ୍ୟ ପାଳନ କରାଯିବା ଉଚିତ୍‌  ।  କୋଭିଡ୍‌ 19 ର ସସମ୍ତ କଟକଣାକୁ  ଦୃଷ୍ଟିରେ ରଖି ମହାପ୍ରଭୁଙ୍କ  ରଥଯାତ୍ରାକୁ ପବିତ୍ର ବଡଦାଣ୍ଡରେ  ପାଳନ କରାଯାଇ ପାରିବ । ଶତାଦ୍ଦି ଶତିଦ୍ଦି ଧରି ଚାଲିଆସୁଥିବା  ଏହି ପରମ୍ପରାକୁ  ପାଳନ କରିବା ପାଇଁ  ଏକ ବିକଳ୍ପ ମାର୍ଗ ବାହାର କରାଯିବା ଉଚିତ୍‌   । ବର୍ତ୍ତମାନ ପରିସ୍ଥିତିରେ  ଲକ୍ଷାଧିକ ଭକ୍ତଙ୍କର ଜନସମାଗମ ହେବା ଅସମ୍ଭବ ତେଣୁ ମାନନୀୟ ସୁପ୍ରିମକୋର୍ଟ  ତାଙ୍କର ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛି ବିଶ୍ୱ ହିନ୍ଦୁ ପରିଷଦ ।

ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ସାଧାରଣ ସମ୍ପାଦକ କହିଛନ୍ତି,  ପବିତ୍ର  ରଥଯାତ୍ରା ଯାହା  ଧର୍ମପ୍ରାଣ ଓଡିଆ ଏବଂ ସମସ୍ତ ଭାରତୀୟଙ୍କ ଏକ ଗର୍ବ ଓ ଗୌରବ ଅଟେ, ତାହା  ବର୍ତ୍ତମାନର କୋଭିଡ19  ମହାମାରୀ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଶ୍ରଦ୍ଧାଳୁ ଭକ୍ତଙ୍କର ସୁରକ୍ଷାକୁ ସୁନିଶ୍ଚିତ କରି ମଧ୍ୟ ପାଳନ କରାଯାଇପାରେ ।  ଏହା ଓଡିଶା ସରକାରଙ୍କ ନୈତିକ କର୍ତ୍ତବ୍ୟ ଏବଂ ଗୁରୁଦାୟିତ୍ୱ ଅଟେ । ବର୍ତ୍ତମାନ  ରାଜ୍ୟ ସରକାର ଏହି କର୍ତ୍ତବ୍ୟ ପାଳନ  କରିବାରେ ସମ୍ପୂର୍ଣ୍ଣ ଭାବରେ ବିଫଳ ହେଇଛନ୍ତି । ଏପରିକି ଏହି  ସରକାର ସୁପ୍ରିମକୋର୍ଟଙ୍କ ସମକ୍ଷରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ରଥଯାତ୍ରାର ଗୁରୁତ୍ୱକୁ ଉପସ୍ଥାପନା କରିବାରେ ମଧ୍ୟ ବିଫଳ ହେଇଛନ୍ତି ।

ଶ୍ରୀ ପରାନ୍ଦେ  ଏହା  ମଧ୍ୟ କହିଛନ୍ତି ଯେ, ସପ୍ରିମକୋର୍ଟ ତାଙ୍କର  ନିଷ୍ପତ୍ତି ଦେବା ପୂର୍ବରୁ କୋଟି କୋଟି ଲୋକଙ୍କର ଭାବାବେଗ ଏବଂ ଶ୍ରୀମନ୍ଦିର ପ୍ରଶାସନଙ୍କର ମତାମତକୁ ମଧ୍ୟ ଦୃଷ୍ଟିରେ ରଖିବା ଆବଶ୍ୟକ ଥିଲା ।   ଅତିକମ୍‌ରେ  ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ  ସରସ୍ୱତୀ ଜୀ ମହାରାଜ, ଶ୍ରୀମନ୍ଦିର ର ଟ୍ରଷ୍ଟି ଏବଂ ରଥଯାତ୍ରା ପରିଚାଳନା କମିଟିର ମତାମତ ଶୁଣାଯାଇ ପାରିଥାନ୍ତା । ଭଗବାନଙ୍କ ପବିତ୍ର ରଥକୁ, ହାତୀମାନଙ୍କ ଦ୍ୱାରା, ଯାନ୍ତ୍ରିକ ଉପକରଣ ସହାୟତାରେ କିମ୍ୱା ସମ୍ପୂର୍ଣ୍ଣ ସୁସ୍ଥ ଓ କୋଭିଡ-19 ନେଗେଟିଭ ପରୀକ୍ଷିତ ସେବାୟତ ମାନଙ୍କ ଦ୍ୱାରା ଟଣାଯାଇ ଏକ ସାଙ୍କେତିକ ରଥଯାତ୍ରା  ସମ୍ପନ୍ନ କରାଯାଇ ପାରନ୍ତା । ଅନେକ ଶ୍ରଦ୍ଧାଳୁଙ୍କର ମତ ହେଉଛି ଯେ, ଶତାବ୍ଦି ଶତାବ୍ଦି ଧରି ଚାଲି ଆସୁଥିବା ଏହି ଧାର୍ମିକ ପରମ୍ପରାକୁ ବ୍ୟାଘାତ କରାଯାଇ  ଶ୍ରୀମନ୍ଦିରର ରୀତିନୀତି, ଧାର୍ମିକ ନର୍ଦ୍ଦେଶ ଏବଂ ବିଜ୍ଞ ସନ୍ଥସମାଜ ଓ ମୁକ୍ତିମଣ୍ଡପର କର୍ତ୍ତୃତ୍ୱ ଉପରେ ଅଯଥା ହସ୍ତକ୍ଷେପ କରାଯାଉଅଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top