ଦେଶ

କଳାହାଣ୍ଡି ଓ ନୂଆପଡାରେ ବିଏସଏନଏଲ ଟାୱାର ସମସ୍ୟା ପ୍ରସଙ୍ଗ ଲୋକସଭାରେ ଉଠାଇଲେ ବସନ୍ତ ପଣ୍ଡା

ଅର୍ଗସ ବ୍ୟୁରୋ : ସଂସଦର ପ୍ରଥମ ଦିନରେ ଲୋକସଭାରେ ନିଜ ଅଞ୍ଚଳର ସମସ୍ୟା ପ୍ରସଙ୍ଗ ଉଠାଇଲେ ସାଂସଦ ବସନ୍ତ ପଣ୍ଡା। ସେ କହିଛନ୍ତି ଯେ, ମୋ ନିର୍ବାଚନ ମଣ୍ଡଳୀର ଦୁଇଟି ଆକାଂକ୍ଷିତ ଜିଲ୍ଲା ରହିଛି କଳାହାଣ୍ଡି, ନୂଆପଡା।

ଏହି ଜିଲ୍ଲା ଅନ୍ତର୍ଗତ ରାମପୁର, ଲାଞ୍ଜିଗଡ଼, ସୁନାବେଢା, ସୁସେଙ୍ଗ, ମଙ୍ଗଳ ବୋଡ଼, ଘାଟମାଲ ବ୍ଲକ ରହିଛି। ଏହି ଅଞ୍ଚଳରେ ବିଏସଏନଏଲ ଟାୱାର ସୁବିଧା ନଥିବାରୁ ଲୋକମାନେ ଯୋଗାଯୋଗ କରିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ସବୁ ଅଞ୍ଚଳ ମାଓବାଦୀ ଅଞ୍ଚଳ। ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ପରିଦର୍ଶନ କରି ଏକ ଟାୱାର ସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି ବସନ୍ତ ପଣ୍ଡା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top