X
Breaking News
ଟେକ୍ନୋଲୋଜି

ପ୍ୟାଡେଲ ନୁହେଁ ଆକ୍ସିଲେଟର ମୋଡ଼ିଲେ ଗଡ଼ୁଛି ସାଇକେଲ

Cycle.gfx.._00000

କେନ୍ଦୁଝର: ଇନ୍ଧନର ବ୍ୟବହାର କମ ହେଲେ ପରିବେଶ ପ୍ରଦୂଷଣ ମୁକ୍ତ ହୋଇ ପାରିବ  । ସେଥିପାଇଁ ଦିନକୁ ଦିନ ବ୍ୟାଟେରି ଚାଳିତ ଗାଡି ସଂଖ୍ୟା ବଢିବାରେ ଲାଗିଛି । କେନ୍ଦୁଝର କେଶଦୁରାପାଳ ଗାଁର ରାଧାଶ୍ୟାମ ପଣ୍ଡା ଏବେ ଏଭଳି ଏକ ବ୍ୟାଟେରି ଚାଳିତ ସାଇକେଲ ନିର୍ମାଣ କରିଛନ୍ତି ।

କେନ୍ଦୁଝର କେଶଦୁରାପାଳ ଗାଁର ରାଧାଶ୍ୟାମ ପଣ୍ଡାଙ୍କ ସାଇକେଲ ଏବେ ଚର୍ଚ୍ଚାରେ । ସାଧାରଣ ସାଇକେଲ ପରି ଦେଖାଯାଉଥିବା ଏହି ସାଇକେଲ ଟିକେ ଭିନ୍ନ । ବ୍ୟାଟେରି ଦ୍ୱାରା ଚାଲୁଛି ସାଇକେଲ୍ । ଏହାର ପଛ ଚକରେ ଲାଗିଛି ମୋଟର୍ । ସୁଇଚ୍ ଦବାଇଲେ ମୋଟର ଘୁରିବା ସହ ସାଇକେଲର ବ୍ୟାଟେରୀରେ ଚାଲେ । ଏହା ପରେ ହ୍ୟାଣ୍ଡେଲରେ  ଲାଗିଥିବା ଏସିଲେରେଟର ଦବାଇଲେ ଗୁଡ଼ୁଛି ସାଇକେଲ । ଖାଲି ସେତିକି ନୁହେଁ ଏହି ସାଇକେଲର ହର୍ଣ୍ଣ ବାଜିବା ସହ ଲାଇଟ ମଧ୍ୟ ଜଳୁଛି ।

ଜଳ ସମ୍ପଦ ବିଭାଗରେ 20ବର୍ଷ ହେଲା କାମ କରୁଛନ୍ତି ରାଧାଶ୍ୟାମ । ତେବେ ନିଜ ସଉକରେ ସେ ଅବସର ସମୟରେ ଲୋକଙ୍କର ଗାଡି ଓ ବିଭିନ୍ନ ବୈଦୁତିକ ଉପକରଣ ସଜାଡିବା କାମ କରିଥାନ୍ତି । ଏହି କାମ କରିବା ଭିତରେ ନିଜସ୍ୱ ଜ୍ଞାନ କୌଶଳରେ ରାଧାଶ୍ୟାମ ମାତ୍ର 8ହଜାର ଟଙ୍କା ବ୍ୟୟରେ ଏହି ବ୍ୟାଟେରି ଚାଳିତ ସାଇକେଲ ତିଆରି କରିଛନ୍ତି  ।

10ବର୍ଷ ପୂର୍ବେ ସେ ବ୍ୟାଟେରି ଚାଳିତ ସାଇକେଲ ନିର୍ମାଣ ପାଇଁ ସେ ସ୍ୱପ୍ନ ଦେଖିଥିଲେ ରାଧାଶ୍ୟାମ ।  ଯାହା ଏବେ ସାକାର ହୋଇପାରିଛି । ତାଙ୍କର ଏହି ସଫଳତାକୁ ନେଇ ଆଖପାଖର ଲୋକେ ମଧ୍ୟ ଗର୍ବିତ । ତେବେ ଆଗାମିଦିନରେ ସେ ଏକ ସୌରଚାଳିତ ସାଇକେଲ ନିର୍ମାଣ କରିବେ ବୋଲି ଲକ୍ଷ ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top