ନ୍ୟୁଜ୍

ପୁରୁଣା ଭୁବନେଶ୍ୱରରେ ଅଗ୍ନିକାଣ୍ଡ, ଜଳିଗଲା ପୂଜା ସମାଗ୍ରୀ ଦୋକାନ

bbsr fire

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟ ପୂଜା ମାର୍କେଟ ଅଗ୍ନିକାଣ୍ଡ । ନିଆଁରେ ଏକ ପୂଜା ସମାଗ୍ରୀ ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସଟ୍‌ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରଯାଉଛି। ସେପଟେ ଖବର ପାଇ ତିନୋଟି ଦମକଳ ଓ ୧୮ ଜଣ ଅଧିକାରୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଛନ୍ତି । ଦୋକାନରେ ଘିଅ, ତେଲ ଓ କପୂର  ଥିବାରୁ ନିଆଁ  ଶୀଘ୍ର ବ୍ୟାପି ଯାଇଥିଲା। ପ୍ରାୟ ଲକ୍ଷାଧିକ ଟଙ୍କାର ପୂଜାସାମଗ୍ରୀ ଜଳିଯାଇଥିବା ଅନୁମାନ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top