X
Breaking News
ଖେଳ

ଆଜି ଘୋଷଣା ହେବେ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌

INDIA

ଅର୍ଗସ ବ୍ୟୁରୋ: ଆଜି ହେବ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌  ଘୋଷଣା ।  ଏନେଇ ଆଜି ସନ୍ଧ୍ୟା 7ଟା ରୁ ଆରମ୍ଭ ହେବ ପ୍ରେସ୍‌ କନ୍‌ଫରେନ୍ସ୍‌ । ଟିମ୍ ଇଣ୍ଡିଆର ନୂତନ କୋଚ୍‌ ଆଜି ଘୋଷଣା ହେବା ନେଇ 16 ଅଗଷ୍ଟକୁ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ କୁହାଯାଉଛି ।  ବିସୀସୀଆଇ ଏନେଇ ଟୁଇଟ୍‌ କରି ସୂଚନା ଦେଇଛି ଯେ, ଆଜି ସନ୍ଧ୍ୟା 7 ଟାରେ ପ୍ରେସ୍‌ କନଫରେନ୍ସ ମାଧ୍ୟମରେ  ଟିମ୍‌ ଇିଣ୍ଡଆର  ନୂଆ ମୁଖ୍ୟକୋଚ୍‌  ଏବଂ  ସହଯୋଗୀ ସଦସ୍ୟଙ୍କ ନାମ ଘୋଷଣା କରାଯିବ ।

INDIA

 ସୂଚନାମୁତାବକ ଟିମ୍‌ ଇଣ୍ଡିଆର ମହାନ ଖାଳାଳି ତଥା ପୂର୍ବତନ କ୍ୟାପ୍‌ଟେନ୍‌ କପିଲ୍‌ ଦେବଙ୍କ ଅଧକ୍ଷତାରେ ଗଠିତ ହୋଇଥିବା କମିଟ୍ ଟିମ୍‌ ରେ ଇଣ୍ଡିଆର ମୁଖ୍ୟ କୋଚ୍‌, ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଏବଂ  ଫିଲ୍ଡିଂ କୋଚଙ୍କର  ଘୋଷଣା କରାଯିବ  । ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଖବର ଅନୁଯାୟୀ ହେଡ୍‌ କୋଚ୍‌ ହିସାବରେ ରବି ଶାସ୍ତ୍ରୀ ଏବଂ  ବୋଲିଂ କୋଚ୍‌ ପାଇଁ ଭରତ ଅରୁଣଙ୍କୁ ରଖାଯିବ କିନ୍ତୁ ବ୍ୟାଟିଂ ଏବଂ ଫିଲ୍ଡିଂ  କୋଚ୍‌ରେ ପରିବର୍ତ୍ତନ ଅଣାଯାଇପାରେ ବୋଲି ସମ୍ଭାବନା ରହିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top