ନ୍ୟୁଜ୍

କଂକ୍ରିଟ୍ ଜଙ୍ଗଲରେ ଭାଲୁ ରାଜ୍‌, ଲୋକେ ଆତଙ୍କିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ସହରର 19 ନମ୍ୱର୍ ୱାର୍ଡ ଭିତରେ ଆଜି ସନ୍ଧ୍ୟାରେ ଦୁଇଟି ବଣୁଆ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଦୀର୍ଘ ସମୟ ସହର ଭିତରେ ବୁଲି ଆତଙ୍କ ଖେଳାଇଛନ୍ତି ବଣୁଆ ଭାଲୁ ।

ଘଟଣାସ୍ଥଳରେ ଖରୀଆର ରୋଡ ବନ ବିଭାଗ କର୍ମଚାରୀ ଭାଲୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ସେହି ୱାର୍ଡରେ ଲୋକେ ଆତଙ୍କିତ ଅଛନ୍ତି  । କିଛି ଦିନ ହେଲା ବଣୁଆ ଭାଲୁ ଆସି ସହର ନିକଟରେ ବୁଲୁଥିବା ଲୋକେ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top