ନ୍ୟୁଜ୍

ଧାନକଳରେ ମୁଣ୍ଡ କଟି ମହିଳା ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦରଡ଼ିପାଳ ଗାଁରେ ଧାନକଳରେ ମୁଣ୍ଡ କଟି ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ମହିଳା ଜଣକ ହେଉଛନ୍ତି ସତ୍ୟଭାମା ରାଉତ। ସତ୍ୟଭାମାଙ୍କୁ ଏବେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଆଜି ସତ୍ୟଭାମା ଦରଡ଼ିପାଳ ଗାଁରେ ହଲରକୁ ଧାନ ପେଶିବାକୁ ଯାଇଥିଲେ। ମେସିନରେ ଧାନ ଢାଳୁଥିବାବେଳେ ଅସାବଧାନତାରୁ ତାଙ୍କ ଚୁଟି ମେସିନ ବେଲ୍ଟ ସଂସ୍ପର୍ଶରେ ଆସି ଗୁଡ଼ାଇ ହୋଇଯାଇଥିଲା। ଫଳରେ ମହିଳାଙ୍କ ମୁଣ୍ଡ କଟି ସେ ଗୁରୁତର ଭାବରେ ଆହତ ହୋଇଛନ୍ତି। ସତ୍ୟଭାମାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top