ଅପରାଧ

ତାଳସାରିରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ ଅଭିଯୋଗ

RAPE

ବାଲେଶ୍ୱର: ପୁଣି ଭୋଗରାଇ ତାଳସାରିରେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ ଅଭିଯୋଗ । ପଶ୍ଚିମବଙ୍ଗର ମାଲଦା ଅଂଚଳର ଜୈନିକ ମହିଳା ଦୀଘା ବୁଲିବା ପାଇଁ  ଆସିଥିବା ବେଳେ  ଟ୍ରେନ ନମିଳିବାରୁ ସେ ଓଡ଼ିଶାର ତାଳସାରି ଅଞ୍ଚଳରେ ରହିବାକୁ ଚାହିଁଥିଲେ । ତେବେ ତାଙ୍କୁ ଏକ ହୋଟେଲକୁ ନେଇଯିବା ପାଇଁ କହି ତାଙ୍କୁ  ଦୁଷ୍କର୍ମ କରାଯାଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ ହୋଇଛି । ତେବେ ଏନେଇ ତଦନ୍ତ ଚାଲିଛି ବୋଲି ଏସଡିପିଓ ଅଙ୍କିତା କୁମ୍ଭାର କହିଛନ୍ତି ।

ନିକଟରେ ତଳସାରି ବେଳାଭୂମିରେ ଥିବା ବିଭିନ୍ନ ହୋଟଲରେ ବେଆଇନ କାର୍ଯ୍ୟ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଚଢ଼ାଉ କରି ବିଭିନ୍ନ ହୋଟେଲର ମାଲିକ ଏବଂ ମ୍ୟାନେଜରଙ୍କୁ ଗିରଫ ମଧ୍ୟ କରିଥିଲା । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଜିଲ୍ଲା ପ୍ରଶାସନ କୌଣସି ଠୋସ୍‌ ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ଏଠାକୁ ବିଭିନ୍ନ ସମୟରେ ପର୍ଯ୍ୟଟକମାନେ ଆସୁଥିବା ବେଳେ ସେମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷ କରି ମହିଳାମାନଙ୍କ ପାଇଁ ଏହି ସ୍ଥାନ ଏବେ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ଆଜି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top