ଅପରାଧ

ପାକିସ୍ତାନ ଜିନ୍ଦାବାଦର ନାରା ଦେଇ ୧୪ ଦିନ ଜେଲ୍‌ ଗଲେ ଯୁବତୀ, ଲିୟୋନାଙ୍କ ବିରୋଦ୍ଧରେ ରାଜଦ୍ରୋହ ମାମଲା

ବେଙ୍ଗାଲୁରୁ: ପାକିସ୍ତାନ ଜିନ୍ଦାବାଦର ନାରା ଦେଇ 14 ଦିନ ଜେଲ୍‌ ଗଲେ ଯୁବତୀ । ବେଙ୍ଗାଲୁରୁରେ ନାଗରିକତା ସଂଶୋଧନ ଆଇନ ବିରୋଧୀ ରାଲିରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିବା ଯୁବତୀ ଅମୂଲ୍ୟ ଲିୟୋନାକୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।  ଏଆଇଏମଆଇଏମର ସୁପ୍ରିମୋ  ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ସିଏଏ ବିରୋଧି ରାଲି ମଞ୍ଚରେ ପାକିସ୍ତାନକୁ ସମର୍ଥନ କରି ନାରା ଲଗାଇ ସମସ୍ତଙ୍କୁ ଚକିତ କରିଥିଲେ ଯୁବତୀ ଅମୂଲ୍ୟ ଲିୟୋନା ।

ଯୁବତୀ ଅମୂଲ୍ୟ ଲିୟୋନାଙ୍କ ବିରୋଦ୍ଧରେ ରାଜଦ୍ରୋହର ମାମଲା ରୁଜୁ କରାଯାଇଛି । କୋର୍ଟ ଉକ୍ତ ଯୁବତୀଙ୍କୁ 14 ଦିନ ପାଇଁ ଜେଲ୍‌କୁ ପଠାଇଦେଇଛି । ଅମୂଲ୍ୟ ଲିୟୋନାଙ୍କୁ ପରପ୍ପାନା ଅଗ୍ରହାରାର ସେଣ୍ଟ୍ରାଲ ଜେଲ୍‌ରେ ରଖାଯିବ ।  ଏହା ବ୍ୟତିତ ବେଙ୍ଗାଲୁରୁ ପୋଲିସ୍‌ ନାଗରିକତା ସଂଶୋଧନ  ଆଇନ୍‌ର ବିରୋଧରେ ଫ୍ରୀଡମ ପାର୍କରେ ଆୟୋଜିତ ରାଲିର ଆୟୋଜକଙ୍କୁ ମଧ୍ୟ ନୋଟିସ ପଠାଇଦେଇଛି ।

ଏପଟେ ଅମୂଲ୍ୟଙ୍କ ଏହି ନାରାବାଜୀରେ ତାଙ୍କ ବାପା କ୍ଷଭୋ ପ୍ରକାଶ କରିବା ସହ କହିଛନ୍ତି ଅମୂଲ୍ୟଙ୍କ ଏହି ନାରାକୁ ବରଦାସ୍ତ କରାଯିବ ନାହିଁ ।  ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ସିଏଏ ବିରୋଧି ରାଲିରେ ଝିଅ ଯାହା କଲା ତାହା ସମ୍ପୂର୍ଣ୍ଣ ଭୂଲ୍‌ ।

ସୂଚନାମୁତାବକ,  ଓୱେସୀଙ୍କ ମଞ୍ଚରେ ଯୁବତୀ ଅମୂଲ୍ୟ ହଠାତ୍‌ ଚଢି ଯାଇ ପାକିସ୍ତାନ ଜିନ୍ଦାବାଦ୍‌ର ନାରା ଲାଗାଇଥିଲେ । ଏହି ସମୟରେ ଅସାଦୁଦ୍ଦିନ ଓୱେସୀ ମଧ୍ୟ ଉପସ୍ଥିତ ଥିଲେ ।  ସେ ଯୁବତୀଙ୍କ ଏହି ନାରାକୁ ତିବ୍ର ବିରୋଧ କରିବା ସହ କହିଥିଲେ ଆମେ ଭାରତର । ଏହା କହି ଯୁବତୀଙ୍କ ଠାରୁ ମାଇକ୍‌ ଛଡାଇ ଆଣିଥିଲେ । ଓୱେସୀ ସଫେଇ ଦେଇ ଆହୁରି ମଧ୍ୟ  କହିଛନ୍ତି  ଉକ୍ତ ଯୁବତୀଙ୍କ ସହ ମୋର ଓ ମୋ ପାର୍ଟିର କୌଣସି ସମ୍ପର୍କ ନାହିଁ । ଆମେ ଏହି ନାରାକୁ ଦୃଢ ନିନ୍ଦା କରୁଛୁ ବୋଲି ଓୱେସୀ  କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top