ରାଜ୍ୟ

ଭୁବନେଶ୍ୱରରୁ ପୁଣି ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୪୯

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କରୋନା କାୟା ବିସ୍ତାର କରିଛି । ରାଜଧାନୀ ଭୁବନେଶ୍ୱରରେ ଅଣାୟତ୍ତ କରୋନାସ୍ଥିତି । ଆଜି ପୁଣି ରାଜଧାନୀରୁ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୭୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜଧାନୀରେ ୧୩୩ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୧କୁ ବୃଦ୍ଧି ପାଇଛି ।

୧୫୬୬ ଜଣ ସୁସ୍ଥ ହୋଇଥିବା ବେଳେ ୧୨୭୬ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top