ରାଜ୍ୟ

୧୬ ଡିସେମ୍ବରରୁ ଅଧକେଜି ପ୍ଲାଷ୍ଟିକ୍‌ ଦେଲେ ମିଳିବ ଆହାର ମିଲ୍‌

ଭୁବନେଶ୍ୱର:  ପ୍ଲାଷ୍ଟିକ୍ ବର୍ଜ୍ୟକୁ ଉପଯୁକ୍ତ ମୂଲ୍ୟଦେଇ ଏହା ବଦଳରେ ଆହାର ଭୋଜନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସହରାଞ୍ଚଳ କର୍ତ୍ତୃପକ୍ଷ । ଆସନ୍ତା ୧୬ ଡିସେମ୍ବର ତାରିଖରୁ ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ସେବା ଯୋଗାଉଥିବା ସମୁଦାୟ ୧୧ଟି ଆହାର କେନ୍ଦ୍ର: କଳ୍ପନା, ରସୁଲଗଡ, କଳିଙ୍ଗ ହସ୍ପିଟାଲ ଛକ, ନୟାପଲ୍ଲୀ, କ୍ୟାପିଟାଲ୍ ହସ୍ପିଟାଲ, ସମ୍ ହସ୍ପିଟାଲ୍ ନିକଟ, ବରମୁଣ୍ଡା, ମାଷ୍ଟର କ୍ୟାଣ୍ଟିନ୍‌, ମାର୍କେଟ ବିଲଡିଙ୍ଗ୍‌, ଏମମ ୧ ଓ ୨ ରେ ପ୍ଲାଷ୍ଟିକ୍ ବଦଳରେ ଅହାର ଭୋଜନ ମିଳିବାର ଶୁଭାରମ୍ଭ ହେବ ।

ବିଏସି, ୟୁଏନ୍‌ଡିପି ଓ ଟଚ୍‌ଷ୍ଟେନ୍ ଫାଉଣ୍ଡେସନ୍‌ର ମିଳିତ ପଦକ୍ଷେପରେ କରାଯିବାକୁ ଥିବା ଏହି ଭିନ୍ନ ଧରଣର ବର୍ଜ୍ୟ ସଂଗ୍ରହ ପଦ୍ଧତିକୁ ସ୍ଥାନୀୟ କଳ୍ପନା ଅହାର କେନ୍ଦ୍ର(ରାଜ୍ୟ ମ୍ୟୁଜିୟମ୍ ସାମ୍‌ନା)ଠାରେ ଦିବା ୧୦.୪୫ ମିନିଟ୍‌ରେ ଶୁଭାରମ୍ଭ ହେବ ।  ଆଜିର ଦିନରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ, ବିଶେଷକରି ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକର ଅତ୍ୟଧିକ ଏବଂ ମାତ୍ରାଧିକ ବ୍ୟବହାର ପରିବେଶକୁ ରାସାୟନିକ ବିଷାକ୍ତି କରଣ କରି ଦେବା ଏବଂ ନିଜର ରାସ୍ତା, ନାଳ, ନଳା, ନଦୀ ଓ ଜଳାଶୟ ଇତ୍ୟାଦି ରୋଗଜୀବାଣୁ ବ୍ୟାପିବ, ବୁଲା ପ୍ରାଣୀ ଓ ପଶୁ ପ୍ଲାଷ୍ଟିକ୍ ଭକ୍ଷଣ କରିବା ଖୁବ୍ ଦୁଃଖଦାୟକ ।

ତେଣୁ ସ୍ୱଚ୍ଛତାର ଅଭ୍ୟାସ ଆପଣେଇବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ପତ୍ୟେକ ଆହାର କେନ୍ଦ୍ରଠାରେ ଖୋଲିବେ ପ୍ଲାଷ୍ଟିକ୍ ବଦଳେ ଆହାର ଭୋଜନ । ଅଧକେଜି ପ୍ଲାଷ୍ଟିକ୍ ଦେଇ ଜଣେ ନାଗରିକ ଏକ ଆହାର ମିଲ୍ ଖାଇବାର ସୁବିଧା ସମସ୍ତ ଆହାର କେନ୍ଦ୍ରରେ ଉପଲବ୍ଧ ହେବ ।  ପ୍ରତିଦିନ ଜଣେ ଏକ କେଜି ପ୍ଲାଷ୍ଟିକ୍ ଦେଇପାରିବେ । ଏହାର ପରିଚାଳନା ଡେପୁଟି କମିଶନର ୱେଲ୍ ଫେୟାରଙ୍କ ଉପରେ ନ୍ୟସ୍ତ ରହିବ । ସମସ୍ତ ପ୍ଲାଷ୍ଟିକ୍ ୟୁଏନ୍ ଡି ପି ନେବ ଓ ଏହାର ବୈଜ୍ଞନିକ ପ୍ରକ୍ରିୟା କରଣ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top