ଅପରାଧ

ସୁଶାନ୍ତ ସିଂହ ରାଜପୁତ ମାମଲା: ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ କାରବାରରେ ଭୁବନେଶ୍ୱର ଲିଙ୍କ

ଅର୍ଗସ ବ୍ୟୁରୋ:  ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ବର ଲିଙ୍କ ସାମ୍ନାକୁ ଆସିଛି । ରିୟା ତାଙ୍କ ଫ୍ରେଣ୍ଡ ସିମୋନ  ହ୍ବାଟସଆପ୍ ଚାଟ୍‌ରୁ ସାମ୍ନାକୁ ଆସୁଛି ସାଙ୍ଘାତିକ ତଥ୍ୟ । ସିମୋନ୍ ରିୟାଙ୍କୁ ପଚାରୁଛନ୍ତି ତୁମେ ଭୁବନେଶ୍ବରରେ, ରିୟା ଉତ୍ତର ଦେଉଛନ୍ତି ହଁ  । ରିୟା ସିମନଙ୍କୁ କହୁଛନ୍ତି BEST WEED EVER  ୱିଡ୍ ହେଉଛି ଏକ ନିଶାଦ୍ରବ୍ୟ । ଏହା ଗଞ୍ଜେଇ ଜାତୀୟ । ଅର୍ଥାତ ଭୁନେଶ୍ବରରେ ହିଁ ରିୟାଙ୍କୁ ସବୁଠାରୁ ଭଲ ୱିଡ୍ ମିଳିଛି । ଏ ଚାଟ୍ 2017ର ବୋଲି କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ବି ଏ ନେଇ ଚର୍ଚ୍ଚା ଜୋର ଧରିଛି ।

2017 ମାର୍ଚ୍ଚରେ ରିୟା ଆସିଥିଲେ ଭୁବନେଶ୍ବରରେ । ସେ ଆଇପିଏଲ  ପ୍ରମୋସନ୍ ପାଇଁ ଆସିଥିଲେ ଭୁବନେଶ୍ବରର । ସେତେବେଳେ ଭୁବନେଶ୍ବରରେ ଫଟୋ ଉଠାଇ ଟ୍ବିଟ୍ ବି କରିଥିଲେ । ଏସବୁ ଫଟୋ ସେ ସମୟର  । ଗୋଟିଏ କଥା ସ୍ପଷ୍ଟ ହୋଇଛି ବହୁ ଦିନରୁ ଡ୍ରଗ୍ସ ନେଉଥିଲେ ରିୟା । ତେବେ ରିୟାଙ୍କ ଡ୍ରଗ୍ସକୁ ନେଇ ଏବେ ଚର୍ଚ୍ଚାରେ ଭୁବନେଶ୍ବର । ସେ ଭୁବନେଶ୍ବରରୁ ଡ୍ରଗ୍ସ ମଗାଇଥିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top