ଟେକ୍ନୋଲୋଜି

ମାଇକ୍ରୋସଫ୍ଟରୁ ଇସ୍ତଫା ଦେଲେ ବିଲ୍‌ ଗେଟ୍ସ, ସାମାଜିକ କାମ ପ୍ରତି ଧ୍ୟାନ ଦେବେ

bill-gates

ୱାଶିଂଟନ୍: ମାଇକ୍ରୋସଫ୍ଟର ବୋର୍ଡ ଅଫ୍‌ ଡାଇରେକ୍ଟରସ୍‌ରୁ ଇସ୍ତଫା ଦେଇଛନ୍ତି ବିଲ୍‌ ଗେଟ୍ସ । ଏନେଇ ଆଜି ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସହ-ପ୍ରତିଷ୍ଠାତା ତଥା ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ବିଲ୍ ଗେଟ୍ସ ବିଶ୍ୱର ସ୍ୱାସ୍ଥ୍ୟ, ବିକାଶ, ଶିକ୍ଷା ତଥା ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଅଧିକ ସମୟ ଉତ୍ସର୍ଗ କରିବେ । ତେଣୁ ସେ ବୋର୍ଡ ଅଫ୍‌ ଡାଇରେକ୍ଟରସ୍‌ରୁ ଇସ୍ତଫା ଦେଇଛନ୍ତି । ତେବେ କମ୍ପାନୀର ସିଇଓ ସତ୍ୟ ନାଡେଲା ଏବଂ କମ୍ପାନୀର ଅନ୍ୟ ସଦସ୍ୟଙ୍କ ପାଇଁ ଟେକ୍ନୋଲୋଜି ପରାମର୍ଶଦାତା ଭାବରେ ଗେଟ୍ସ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

ଗତ ଏକ ଦଶନ୍ଧିରୁ ଅଧିକ ସମୟ ହେବ ଗେଟ୍ସ ଫାର୍ମରେ ଦୈନନ୍ଦିନ କାର୍ଯ୍ୟରେ ଯୋଗଦେଉନଥିଲେ । ସେ ନିଜ ପତ୍ନୀ ମେଲିଣ୍ଡାଙ୍କ ସହ ଆରମ୍ଭ କରିଥିବା ଫାଉଣ୍ଡେସନ ପ୍ରତି ଅଧିକ ଧ୍ୟାନ ଦେଉଥିଲେ।

ଗେଟ୍ସ 2014 ର ପ୍ରାରମ୍ଭ ପର୍ଯ୍ୟନ୍ତ ମାଇକ୍ରୋସଫ୍ଟର ବୋର୍ଡର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ହେଲେ ବର୍ତ୍ତମାନ ସେ ଏଥିରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇଛନ୍ତି ବୋଲି ସୂଚନା ମିଳିଛି ।

ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ନାଡେଲା ଏକ ବିବୃତ୍ତିରେ କହିଛନ୍ତି ଯେ, ବର୍ଷ ବର୍ଷ ଧରି ବିଲ୍‌ଙ୍କ ସହ କାମ କରି ଅନେକ କିଛି ଶିଖିବା ସହ ନିଜ ପାଇଁ ଏକ ଗୌରବର ବିଷୟ । “ସଫ୍ଟୱେୟାରର ଶକ୍ତି ଏବଂ ସମାଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନ ପାଇଁ ଏକ ଉତ୍ସାହ ସହିତ ବିଲ୍ ଆମର କମ୍ପାନୀ ପ୍ରତିଷ୍ଠା କରିଥିଲେ । ବିଲ୍‌ଙ୍କ ବନ୍ଧୁତା ପାଇଁ କୃତଜ୍ଞ ଏବଂ ତାଙ୍କ ସହ କାମ ଜାରି ରଖିବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ନାଡେଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top