ନ୍ୟୁଜ୍

ବିଜୁ ବାବୁଙ୍କ ଜୟନ୍ତୀ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ 5ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଥିରେ ଯୁବ ଓ ଛାତ୍ର ବିଜେଡି ପ୍ରମୁଖ ଭୂମିକା ନେବେ । 314 ବ୍ଲକ, 147 ନିର୍ଵାଚନ ମଣ୍ଡଳୀରେ ବିଜେଡିର ଛାମୁଆ ସଂଗଠନ ପକ୍ଷରୁ ଜୟନ୍ତୀ ପାଳନ କରାଯିବ ।

ମାର୍ଚ୍ଚ 5ରେ ବିଜେଡିର ପଞ୍ଚମ ସରକାରର 20ବର୍ଷ ପୂର୍ତ୍ତି ନେଇ ମଧ୍ୟ କାର୍ଯ୍ୟକ୍ରମ ହେବ ।  20 ବର୍ଷର ସଫଳତା ସହ ବିଜୁ ବାବୁଙ୍କ ଗାଥା ଓ ସ୍ୱପ୍ନ ସାକାର ଘଟଣା ବ୍ୟାପକ ଭାବରେ ପ୍ରଚାର କରାଯିବାର କାର୍ଯ୍ୟକ୍ରମ ରହିଛି । 33ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର ମାଧ୍ୟମରେ 20,000 ୟୁନିଟ ରକ୍ତ ସଂଗ୍ରହ ଲକ୍ଷ ରଖାଯାଇଛି ।

ଏଥିରେ ଯୁବ ଓ ଛାତ୍ର ବିଜେଡି ପ୍ରମୁଖ ଭୂମିକା ନେବେ । 15 ଦିନ ବ୍ୟାପି ହେବାକୁ ଥିବା ଏହି ସମାରୋହର ପ୍ରଥମ ଦିନରେ କଟକ ସ୍ଥିତ ବିଜୁ ବାବୁଙ୍କ ବାସ ଭବନ ନିକଟରେ ଏକ ବିଶାଳ ଶୋଭାଯାତ୍ରା କରିଯିବ । ଅନ୍ୟପଟେ ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର ପ୍ରମୁଖ ଏନେଇ ସୂଚନା ଦେଇଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top