ଦେଶ

ଘରେ ଘଟିଲା ଭୀଷଣ ବିସ୍ଫୋରଣ, ମହିଳା ସମେତ 6 ମାସର ଶିଶୁ ମୃତ

ନୂଆଦିଲ୍ଲୀ: ବିହାରର ମୁଙ୍ଗେର  ଜିଲ୍ଲାରେ ଏକ ଘରେ ଭୀଷଣ ବିସ୍ଫୋରଣ ଘଟିଛି ।  ଏହି ବିସ୍ଫୋରଣରେ  ଜଣେ ମହିଳା ଓ ତାଙ୍କ ଛଅ ମାସର ପୁଅର ମୃତ୍ୟୁ ଘଟିଛି । ପୋଲିସ୍‌ ଅଫିସର ଲିପି ସିଂହଙ୍କ କହିବାନୁଯାୟୀ ଏହି ବିସ୍ଫୋରଣ ଭୋର 3ଟାରେ ବାରିୟଲପୁର ବଜାରର  ବ୍ରିଜ୍‌ ନିକଟରେ ଥିବା ଦଶରଥଙ୍କ ଘରେ ଏହି ବିସ୍ଫୋରଣ ଘଟିଥିଲା ।

ଦଶରଥଙ୍କ ଝିଅ ରୋମା କୁମାରୀ (30)  ଏବଂ  ରୋମାଙ୍କ 6 ମାସର ପୁଅ ଏହି  ଦୂର୍ଘଟଣାରେ  ପ୍ରାଣ ହରାଇଛନ୍ତି । ପୋଲିସ୍‌ର କହିବାନୁଯାୟୀ, ବିସ୍ଫୋରଣ ଏତେ  ଭୟାନକ ଥିଲା ଯେ ଆଖପାଖରେ ଥିବା 6ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଏଥିରେ କେହି ଆହାତ ହୋଇନଥିବା ପୋଲିସ୍‌ କହିଛି । ବିସ୍ଫୋରଣ କେଉଁ କାରଣ ଯୋଗୁଁ ଘଟିଥିଲା ସେନେଇ ଯାଞ୍ଚ ଚାଲିଛି ବୋଲି ପୋଲିସ୍‌ କହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top