ନ୍ୟୁଜ୍

ଆଜିଠୁ କୁକୁଡ଼ା ମରା ଅଭିଯାନ! ପକ୍ଷୀ ବିହାର ବନ୍ଦ..

ଭୁବନେଶ୍ୱର: ଆଜିଠୁ କୁକୁଡା ମରା ଅଭିଯାନ । ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଯାଏଁ କୁକୁଡା ମରା ଅଭିଯାନ ଚାଲୁ ରହିବ ।  କୁକୁଡା ମାରିବା ପାଇଁ ୧୨ଟି ଟିମ ଗଠନ କରାଯାଇଛି । ୭ଟି ଟିମ କୁକୁଡା ମାରିବ ଓ ୫ଟି ଟିମ ମରାଯାଇଥିବା କୁକୁଡାଙ୍କୁ ପୋତିବେ ।

ତେବେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ(OUAT)ର ପୋଲଟ୍ରି ସାଇନ୍ସ ବିଭାଗରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ତେବେ ରିସର୍ଚ୍ଚ ଫାର୍ମରେ ଥିବା କୁକୁଡା ଗତ କିଛି ଦିନ ହେଲା ମରୁଥିଲେ । କୁକୁଡ଼ା ସମ୍ପୁଲ ଭୋପାଳ ଟେଷ୍ଟିଂ ଲ୍ୟାବ ପଠାଯାଇଥିଲା ।

ସେଠାରୁ ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ରିସର୍ଚ୍ଚ ଫାର୍ମରେ ସହଶ୍ରାଧିକ କୁକୁଡ଼ା ଅଛନ୍ତି । ଆଜିଠୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ ବୋଲି ଗତକାଲି  କହିଥିଲେ ଶ୍ରୀ ପଣ୍ଡା ।

ସେପଟେ ବାର୍ଡ ଫ୍ଲୁ ଆଶଙ୍କାରେ ବନ୍ଦ ରହିଛି ନନ୍ଦନକାନନର ପକ୍ଷୀ ବିହାର । ପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସଂକ୍ରମିତ ନହେବାକୁ ନିଆଯାଇଛି ସତର୍କତା । ବାର୍ଡ ଫ୍ଲୁ ଆଶଙ୍କାର ବଡ ପଦକ୍ଷେପ ନେଇ ପକ୍ଷୀ ବିହାରକୁ ବନ୍ଦ କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଆଜିଠୁ ପକ୍ଷୀ ବିହାର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏଁ ପକ୍ଷୀ ବିହାରକୁ ଖୋଲା ଯିବନି । ବାର୍ଡ ଫ୍ଲୁ ପାଇଁ ନନ୍ଦନକାନନର କେବଳ ପକ୍ଷୀ ବିହାର ବନ୍ଦ ରହିବ । ମାତ୍ର ନନ୍ଦନକାନନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top