ଖେଳ

ଆଜି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ, 48 ବର୍ଷରେ ପାଦ ଥାପିଲେ ଦାଦା

ଅର୍ଗସ ବ୍ୟୁରୋ : ଆଜି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ । 48 ବର୍ଷରେ ପାଦ ଦେଲେ ପ୍ରିନ୍ସ ଅଫ କୋଲକାତା । ଦାଦା ଭାବେ ପରିଚିତ ସୌରଭଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାଙ୍କ ଫ୍ୟାନ୍ସ। ଭାରତର ଅନ୍ୟତମ ସଫଳ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଆଧ୍ୟକ୍ଷ। ଭାରତୀୟ କ୍ରିକେଟକୁ ଆଗକୁ ନେବାରେ ତାଙ୍କର ଭୂମିକା ସବୁବେଳେ ମନେ ରଖିବେ କ୍ରିକେଟପ୍ରେମୀ  । ସଚିନଙ୍କ ସହ ସଫଳ ଓପନିଂ ପାର୍ଟନରସିପ ହେଉ କି ଆଟାକିଂ ଅଧିନାୟକର ଟ୍ୟାଗ। ଭାରତୀୟ କ୍ରିକେଟକୁ ଆଗକୁ ନେବାରେ ଗାଙ୍ଗୁଲିଙ୍କ ବଡ଼ ଅବଦାନ ରହିଛି । ବ୍ୟାଟିଂ, ବୋଲିଂ ଓ ଅଧିନାୟକ ଭାବରେ ତାଙ୍କର ରେକର୍ଡ ବିଶ୍ବରେ ଅନ୍ୟତମ ଶ୍ରେଷ୍ଠ ।

8 ଜୁଲାଇ 1972ରେ କୋଲକାତାର ବୋହାଲାରେ ଜନ୍ମଗ୍ରହଣ କରିଥିବା ଗାଙ୍ଗୁଲି ଆକ୍ରମକ କ୍ୟାପ୍ଟେନ ଭାବରେ 1992ରେ ୱେଷ୍ଟଇଣ୍ଡିଜ ବିରୋଧରେ ଡେବ୍ୟୁ କରିଥିଲେ। କାନାଡାରେ 1996-98 ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ପାଞ୍ଚ ପାଞ୍ଚଟି ୱାନଡେ ମ୍ୟାଚର ଦ୍ଵିପାକ୍ଷିକ ସିରିଜ୍ ସହାରା କପ୍ ଖେଳାଯାଇଥିଲା। ସହାରା କପର ଦ୍ଵିତୀୟ ସଂସ୍କରଣ 1997ରେ ଗାଙ୍ଗୁଲି ଭାରତକୁ 4-1ରେ ଜୋରଦାର ବିଜୟ ଦେଇଥିଲେ। ଏହି ସିରିଜରେ ଭାରତକୁ 5ଟି ମ୍ୟାନ ଅଫ ଦି ମ୍ୟାଚ କିତାବ ମିଳିଥିଲା। ସେଥିରୁ 4ଟି ଗାଙ୍ଗୁଲିଙ୍କ ନାମରେ ହୋଇଥିଲା। ସିରିଜର ଦ୍ଵିତୀୟ ମ୍ୟାଚରେ ଗାଙ୍ଗୁଲି ତାଙ୍କ ୱାନଡେ କ୍ୟାରିଅରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। 10 ଓଭରରେ 16 ରନ ଦେଇ 4ଟି ୱିକେଟ ନେଇଥିଲେ।

1998ରେ ଢାକାରେ ହୋଇଥିବା ଇଣ୍ଡିପେଣ୍ଡେନସ କପ୍ରେ ଚିର ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ହରାଇଥିଲେ। ଅଷ୍ଟ୍ରେଲିଆ ଟିମରେ 2000-2001ରେ ଟେଷ୍ଟ କ୍ରିକେଟରେ ଲଗାତର 15ଟି ମ୍ୟାଚ ଜିତି ସେ ବିଜୟୀ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top