ନ୍ୟୁଜ୍

ବିଜେଡିରେ ପରିବର୍ତ୍ତନ:୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର: ପୁଣି ବିଜେଡିରେ ବଡ଼ ପରିବର୍ତ୍ତନ  । 8 ବରିଷ୍ଠ ଉପସଭାପତି ଓ 9 ଉପସଭାପତିଙ୍କୁ ନିଯୁକ୍ତି ପରେ ଏବେ ପୁଣି 15 ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ କରିଛି ବିଜେଡି । ନୃଶିଂହ ଚରଣ ସାହୁ, ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂଦେଓ, ପ୍ରୀତି ରଞ୍ଜନ ଘଡ଼ାଇ, ଅରୁଣ କୁମାର ସାହୁ, ରୋହିତ ପୂଜାରୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ, ପ୍ରତାପ ଜେନା, ନବ କିଶୋର ଦାସ, ରମେଶ ଚନ୍ଦ୍ର ମାଝୀ, ସରୋଜିନୀ ହେମ୍ବ୍ରମ, ଶଶି ଭୂଷଣ ବେହେରା ଓ ସୁମିତ୍ରା ଜେନା । ଏହାସହ ନବନିଯୁକ୍ତ 15 ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ କାର୍ଯ୍ୟଭାର ମଧ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସେମାନଙ୍କୁ ଯଥାକ୍ରମେ ଆଞ୍ଚଳିକ ବିକାଶ, ସାମାଜିକ ବିକାଶ(ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂଦେଓ, ପ୍ରୀତି ରଞ୍ଜନ ଘଡ଼ାଇ), କଳା, ସଂସ୍କୃତି ଓ ମାନବ ସମ୍ବଳ(ଅରୁଣ ସାହୁ ଓ ରୋହିତ ପୂଜାରୀ) , ଓଡ଼ିଶା-ମୋ ପରିବାର, ପରିବେଶ(ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢ଼ୋଲକିଆ),  ସଶକ୍ତ ଓଡ଼ିଶା (ପ୍ରତାପ ଜେନା ଓ ନବ କିଶୋର ଦାସ),  ଜନଜାତି ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର(, ରମେଶ ଚନ୍ଦ୍ର ମାଝୀ ଓ ସରୋଜିନୀ ହେମ୍ବ୍ରମ), ମହିଳା ସଶକ୍ତିକରଣ ଓ ଏସସି ବିକାଶ, ମହିଳା ସଶକ୍ତିକରଣ ଭଳି ଅତିରିକ୍ତ ଦାୟିତ୍ୱ 15 ବରିଷ୍ଠ ସାଧାରଣ ସମ୍ପାଦକଙ୍କ ଉପରେ ନ୍ୟସ୍ତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top