X
Breaking News
ଅପରାଧ

ପାଟକୁରାରେ ବିଜେଡିର ଗୁଣ୍ଡାରାଜ୍‌, ବିଧାୟକ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

Pradeep Mishra

ରାତି ପାହିଲେ ପାଟକୁରା ନିର୍ବାଚନ । ଲକ୍ଷ ଲକ୍ଷ ଲୋକ ନିଜର ମତ ସାବ୍ୟସ୍ତ କରି ନେତା ବାଛିବେ । ହେଲେ ସେଠାରେ ଶାସକ ଦଳ ବିଜେଡି ପକ୍ଷରୁ ଗୁଣ୍ଡାରାଜ୍‌ ଚାଲିଥିବା ଅଭିଯୋଗ ହୋଇଛି । ସମାଜବାଦୀ ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରଦୀପ ମିଶ୍ରଙ୍କୁ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଖୋଦ୍‌ ପ୍ରଦୀପ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମାଡ଼ ମରାଯିବା ସହ ତାଙ୍କଠାରୁ ଗୋଟିଏ ଆଇଫୋନ୍‌, 3 ଭରିର ସୁନା ଚେନ୍‌, ନଗଦ 30 ହଜାର ଟଙ୍କା ତାଙ୍କଠାରୁ ଛଡ଼ାଇ ନିଆଯାଇଛି । ସେ ସିଧାସଳଖ ଏଥିପାଇଁ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପୁଅ ସଞ୍ଜୟ ଅଗ୍ରଓ୍ୱାଲଙ୍କୁ ଦାୟୀ କରିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ବିଜେଡି ପ୍ରାର୍ଥୀ ପାଟକୁରାରେ ନିଶ୍ଚିତ ହାରିବେ । ସେ ସିଧାସଳଖ ଲୋକଙ୍କୁ ନିଜ ପାଇଁ ଭୋଟ ନ ମାଗି ଗଣମାଧ୍ୟମ ସମ୍ମୁଖରେ ବିଜୟ ମହାପାତ୍ରଙ୍କୁ ଭୋଟ ଦେବା ପାଇଁ କହିଛନ୍ତି । ଏଠି କଥା ଉଠୁଛି ଜଣେ ବିଧାୟକ ପ୍ରାର୍ଥୀ ହୋଇ କିଭଳି ଆଉ ଜଣେ ବିଧାୟକଙ୍କୁ ଭୋଟ ଦେବାକୁ କହିପାରିଲେ ପ୍ରଦୀପ ? କ’ଣ ପାଟକୁରାରେ ବିଜେଡିର ଦୌରାତ୍ମ୍ୟ ଏତେ ଏଧିକ ?

ଆଜି ପୂର୍ବାହ୍ନରେ ଅର୍ଗସ ଗଣମାଧ୍ୟମ ଟିମ୍‌କୁ ମଧ୍ୟ ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିଥିଲେ । ମହିଳା ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ଘଟିଥିଲା ଗରଦପୁର ବ୍ଲକ୍‌ କଲୋପାଟଣା ଗାଁରେ । ବିଜେଡି ନେତାମାନେ ଟଙ୍କା ବାଣ୍ଟୁଥିବା ବେଳେ ହଠାତ୍‌ ସେଠାରେ ଅର୍ଗସର ଟିମ୍‌ ପହଞ୍ଚିଥିଲା । ତେଣୁ ଏଥିରେ ଉଥ୍‌କ୍ଷିପ୍ତ ହୋଇ ବିଜେଡି ଗୁଣ୍ଡାମାନେ ଅର୍ଗସ ଟିମ୍‌କୁ ଆକ୍ରମଣ କରିଥିଲେ । ଅର୍ଗସର ଡ୍ରାଇଭରଙ୍କୁ ନିସ୍ତୁକ୍‌ ପିଟିବା ସହ କ୍ୟାମେରା ଭାଙ୍ଗିଦେବାକୁ ଧମକ ଦେଇଥିଲେ । ଏମିତିକି ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ ।

ତେବେ ଏହି ଘଟଣାକୁ ପ୍ରତିବାଦ କରି ସ୍ଥାନୀୟ ବାସିନ୍ଦା ଟାୟର ଜାଳି ବିକ୍ଷୋଭ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top