X
Breaking News
ନ୍ୟୁଜ୍

ଫ୍ଲାଇଂ ସ୍କ୍ୱାର୍ଡର ଚଢାଉ ବେଳେ ମାଜିଷ୍ଟ୍ରେଟ୍‌ଙ୍କୁ ଗୋଡାଇ ପିଟିଲେ ପ୍ରଦୀପ ମହାରଥୀ

maharathy

ଭୁବନେଶ୍ୱର: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । କିନ୍ତୁ ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ । ଏଥର କଟକ, ପୁରୀ, ଭୁବନେଶ୍ୱର, ଢେଙ୍କାନଳ, ସମ୍ବଲପୁର ଓ କେନ୍ଦୁଝର ଓ ଏହା ଅନ୍ତର୍ଗତ ବିଧାନସଭା ମଣ୍ଡଳୀରେ ନିର୍ବାଚନ ନିର୍ବାଚନ ହେବାକୁ ଥିବା ବେଳେ ଏଠାରେ କଡା ଟକ୍କର ହେବ ବୋଲି ପୂର୍ବାନୁମାନ କରାଯାଉଛି । ତେଣୁ ବିଭିନ୍ନ ରାଜନୈତିକ ଦଳ ଭୟଭୀତ ହୋଇ ହିଂସାକାଣ୍ଡ ଘଟାଇବାରେ ଲାଗିଛନ୍ତି । ପିପିଲିରେ ମଧ୍ୟ ଗତକାଲି ରାତିରେ ଏକ ବଡ ଧରଣର ହିଂସାକାଣ୍ଡ ଘଟିଛି । ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚଢାଉ ବେଳେ ପ୍ରଥମ କିଛି ଦୁର୍ବୃତ୍ତ ଓ ପରେ ପ୍ରଦୀପ ମହାରଥୀ ମାଜିଷ୍ଟ୍ରେଟ୍ ଓ ତାଙ୍କର ଟିମକୁ ଗୋଡାଇ ଗୋଡାଇ ପିଟିଥିଲେ ।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଏଥିରେ ତିନି ଟିମ୍‌ର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଅଫିସର ରବିନାରାୟଣ ପାତ୍ର, ବିଡିଓ ସର୍ଭେଲାନ୍ସ ଟିମ୍‌ର ଭିଡିଓଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ଓ ସୁଶାନ୍ତ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ପିପିଲି ‌ପୁଲିସ ସହ ଗୋଟିଏ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି। ପୁଲିସକୁ ଦେଖି ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ।

ସୂଚନା ମୁତାବକ, ବିଜେଡିର ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଭୋଟର୍‌ଙ୍କୁ ଆପ୍ୟାୟିତ କରିବା ପାଇଁ ଭୋଜିଭାତର ଆୟୋଜନ କରିଥିଲେ। ଏଥିସହ ସେଠାରେ ଟଙ୍କା ବଣ୍ଟାଯିବାର ମଧ୍ୟ ଯୋଜନା ରହିଥିଲା। ଖବର ପାଇ ମିଳିତ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଫଳରେ ସମ୍ପୃକ୍ତ ନେତାଙ୍କ ସମର୍ଥକମାନେ ଟିମ୍‌ ସଦସ୍ୟଙ୍କୁ ଆକ୍ରମଣ କରିବା ସହ ଦୁଇଟି ଭିଡିଓ କ୍ୟାମେରାକୁ ପିଟି ଭାଙ୍ଗି ଦେଇଛନ୍ତି। ଘଟଣାସ୍ଥଳରେ ପୁରୀ ଏସପି ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top