ନ୍ୟୁଜ୍

କେଳେଙ୍କାରୀ ପରେ ପଦୋନ୍ନତି ! ପ୍ରତାପଙ୍କ ଓଏସ୍‌ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଖୋଦ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଆବାସ କେଳେଙ୍କାରୀ ପର୍ଦ୍ଦାଫାସ ହୋଇଛି । ଏହି କେଳେଙ୍କାରୀରେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ସେଠାକର ବିଡିଓ ସୁବୋଧ ଆଚାର୍ଯ୍ୟଙ୍କୁ ଏବେ ନିଜର ଓଏସଡି ଦାୟିତ୍ୱ ଦେଇଥିବା ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଛି ରାଜ୍ୟ ବିଜେପି । ମାହାଙ୍ଗା ଆବାସ କେଳେଙ୍କାରୀ ଯେଉଁ ଅଫିସରଙ୍କୁ ନେଇ ମନ୍ତ୍ରୀ ପ୍ରତାପ ଜେନା କରାଇଥିଲେ ଏବେ ସେହି ଅଧିକାରୀଙ୍କୁ ମନ୍ତ୍ରୀଙ୍କ ଓଏସଡି ଭାବେ ସରକାର ପଦୋନ୍ନତି ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି ।

ଖୋଦ ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହୋଇଥିବା ଆବାସ କେଳେଙ୍କାରୀ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି  । ବହୁ ଅଯୋଗ୍ୟ ଆବାସ ଯୋଜନାରେ ଘର ହାତେଇଛନ୍ତି । ଏହି କେଳେଙ୍କାରୀରେ ଖୋଦ ମନ୍ତ୍ରୀ ମହାନାୟକ ସାଜିଥିବା ବେଳେ ବର୍ତ୍ତମାନ ତାଙ୍କ ଓଏସଡି ତଥା ମାହାଙ୍ଗା ବିଡିଓ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କ ସେନାପତି ସାଜିଥିଲେ ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ।

ମାହାଙ୍ଗରେ ଆବାସ ଯୋଜନାରେ ଘୋଟାଲା କରିବା ପରେ ସୁବୋଧଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇ ସାରା ରାଜ୍ୟରେ କେଳେଙ୍କାରୀର କାୟା ବିସ୍ତାର କରିବାକୁ ମନ୍ତ୍ରୀ ଚାହୁଁଛନ୍ତି ବୋଲି ମଧ୍ୟ ସମୀର ଅଭିଯୋଗ କରିଛନ୍ତି ।

ଏହାସହ ବିଜେଡିରେ ଚାଲିଥିବା ଅଫିସର ରାଜକୁ ନେଇ ଖୁବ ବର୍ଷିଛନ୍ତି ସମୀର ମହାନ୍ତି । ଅଫିସରଙ୍କ ହାତରେ ଏବେ ବିଜେଡି ଗୋଟିଏ ବିଭାଗ ହୋଇଯାଇଛି ।   ଓଡ଼ିଆଙ୍କୁ ଠକିବା ପାଇଁ ଶପଥ ନେଇଥିବା ଅଣଓଡ଼ିଆ ଅଫିସରମାନେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ପଦୋନ୍ନତି ଦେଉଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି ।

ମାହାଙ୍ଗା ଆବାସ କେଳେଙ୍କାରୀରେ ମୁଖ୍ୟ ଚରିତ୍ର ପାଲଟିଥିବା ବିଡିଓ ଆଉ ଏବେର ମନ୍ତ୍ରୀଙ୍କ ଓଏସଡି ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top