ନ୍ୟୁଜ୍

ଶଙ୍କରାଚାର୍ଯ୍ୟଙ୍କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

bjp

ଭୁବନେଶ୍ୱର:  ଶଙ୍କରାଚାର୍ଯ୍ୟଙ୍କୁ ନେଇ ମୁହାଁମୁହିଁ ବିଜେପି ଓ କଂଗ୍ରେସ । ଶଙ୍କରାଚାର୍ଯ୍ୟ ଆଫିଡେଭିଟ ଅନୁଯାୟୀ କାମ କରୁ ନାହାଁନ୍ତି । ଏପରିକି ଏଣ୍ଡୋଆମେଣ୍ଟ ଆଇନ ଅନୁସାରେ ପ୍ରତିବର୍ଷ ମଠର ଆକାଉଂଟ ଦାଖଲ କରିବା ନିୟମ ଥିଲେ ମଧ୍ୟ ଏହାର ଉଲଂଘନ କରାଯାଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ତେବେ ନରସିଂହଙ୍କ ଏପରି ବୟାନ ପରେ ଆଜି ସାମ୍ବାଦିକ ସମ୍ମିଳନୀ ଡାକି ନରସିଂହଙ୍କୁ ସମାଲୋଚନା କରିଛି ବିଜେପି । ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସମାଲୋଚନା କରି ନରସିଂହ ଜଗନ୍ନାଥ ସଂସ୍କୃତିର ଆସ୍ଥା ଉପରେ ଆକ୍ରମଣ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ନରସିଂହ ଜାଣି ଶୁଣି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିବାରୁ କଂଗ୍ରସ ଓ ନରସିଂହ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଦାବୀ କରିଛନ୍ତି ।

ଅନ୍ୟପଟେ ବିଜେପି ଅଭିଯୋଗର ଜବାବ ରଖିଛନ୍ତି ନରସିଂହ । ନରସିଂହ କହିଛନ୍ତି ଧର୍ମ ନାରେ ବିଜେପିର କିଛି ବନ୍ଧୁ ରାଜନୀତି କରୁଛନ୍ତି । ସେ ଶଙ୍କରାଚାର୍ଯ୍ୟଙ୍କୁ ଅପମାନତିତ କରି ନାହାଁନ୍ତି । ତେଣୁ କାହିଁକି କ୍ଷମା ମାଗିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ନରସିଂହ । ସେପଟେ ଦେବୋତ୍ତର ବିଭାଗରୁ ଗୋବର୍ଦ୍ଧନ ପୀଠକୁ ମୁକ୍ତ କରାଯିବା ପରେ ଏହାକୁ ସ୍ୱାଗତ କରିଛନ୍ତି ଗୋବର୍ଦ୍ଦନ ପୀଠର ମୁଖପାତ୍ର ମନୋଜ ରଥ । ଗତ ୧୬ ତାରିଖରେ ବିଧାନସଭାରେ ଓଡିଶା ହିନ୍ଦୁ ଦେବୋତ୍ତର ବିଲ ପାସ କରିଥିଲେ ରାଜ୍ୟ ସରକାର । ଏହା ଏକ ଅର୍ଥ ବିଲ ହୋଇଥିବାରୁ ଏଥିପାଇଁ ରାଜ୍ୟପାଳଙ୍କ ଅନୁମୋଦନ ଦରକାର ବୋଲି କହିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ତେବେ ଆଫିଡେଭିଟ ଅନୁଯାୟୀ ଶଙ୍କରାଚାର୍ଯ୍ୟ କାମ କରୁ ନାହାଁନ୍ତି ବୋଲି ନରସିଂହଙ୍କ ଅଭିଯୋଗ ପରେ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top