ଦେଶ

ରାହୁଲଙ୍କ ଉପରେ ବର୍ଷିଲେ ସାଧ୍ୱୀ ପ୍ରଜ୍ଞା..

bjp

ନୂଆଦିଲ୍ଲୀ: ନାଥୁରାମ ଗୋଡସେଙ୍କୁ ଦେଶଭକ୍ତ କହି  ବିବାଦକୁ ଆସିଥିବା ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା  ସିଂହ ଠାକୁର ଆଜି ଲୋକସଭା (ସାଂସଦ)ରେ କ୍ଷମା ଭାଗିଛନ୍ତି ।  ଭୋପାଳର ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଏହି ବୟାନରେ ସାଂସଦକୁ କ୍ଷମା ମାଗିଛନ୍ତି । ସେ ତାଙ୍କ ବୟାନରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କୁ  ଦେଶଭକ୍ତ କହିଦେଇଥିଲେ । ଆଜି ଅର୍ଥାତ 29 ନଭେମ୍ବରରେ ଲୋକସଭାରେ ସାଧ୍ୱୀ କହିଛନ୍ତି ଯେ, ତାଙ୍କ କଥା ଭିନ୍ନ ଅର୍ଥରେ ନେଇ କଦର୍ଯ୍ୟ ଭାବେ ଉପସ୍ଥାପନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରେ ଓ ଯଦି ତାଙ୍କ ବୟାନରେ କାହାକୁ  ଆଘାତ ପହଞ୍ଚିଛି  ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।

ଏହାପରେ ପ୍ରଜ୍ଞା ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ  ନାଁ ନନେଇ ତାଙ୍କୁ ସିଧାସିଧି ଶୁଣାଇ କହିଛନ୍ତି , ଲୋକସଭାର ଜଣେ ସଦସ୍ୟ ତାଙ୍କୁ ଆତଙ୍କବାଦୀର ଆକ୍ଷେପ କରିଛି ଯାହା ଅନୁଚିତ୍‌ ଓ ଆଇନସମ୍ମତ ନୁହେଁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଯେଉଁ ସମୟରେ ୟୁପିଏ ସରକାରର ଶାସନ ଥିଲା  ସେହି ସମୟରେ  ତାଙ୍କ ବିରୋଧରେ  ଷଡଯନ୍ତ୍ର କରି  ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ଆଉ ପ୍ରତାରିତ କରାଯାଇଥିଲା । ତାଙ୍କୁ ଆତଙ୍କବାଦୀ ପ୍ରମାଣିତ କରିବା ପାଇଁ ପୁରା ଚେଷ୍ଟା କରିଥିଲା ବିରୋଧି । ପ୍ରଜ୍ଞା କହିଛନ୍ତି ଯେ, ବିନା ପ୍ରମାଣରେ ଆତଙ୍କୀ କହିବା ଆଇନ୍‌ ବିରୋଧ । ସୂଚନାମୁତାବକ  କଂଗ୍ରେସ  ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଦିନ ନିଜ ଟୁଇଟ୍‌ରେ ଲେଖିଥିଲେ ଯେ,  ଆତଙ୍କୀ ପ୍ରଜ୍ଞା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀକୁ ଦେଶଭକ୍ତ କହୁଛନ୍ତି । ଏହା ଭାରତୀୟ ସଂସଦର ଇତିହାସରେ ସବୁଠାରୁ କଳା ଦିନ ଅଟେ । ସାଂସଦରେ ଏହାର ମୁଁହତୋଡ୍‌ ଜବାବ୍‌ ଦେଇଛନ୍ତି ସାଧ୍ୱୀ ପ୍ରଜ୍ଞା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top