ଦେଶ

ଦିଲ୍ଲୀ ହିଂସାରେ ମୋଦିଙ୍କ ପ୍ରତିକ୍ରିୟା- ଦେଶ ହିତ ପାଇଁ ଏକତା ଓ ସୌହାର୍ଦ୍ଦ୍ୟ ଆବଶ୍ୟକ

MODI

ନୂଆଦିଲ୍ଲୀ : ଆଜି ବଜେଟ୍ ଅଧିବେଶନ ପୂର୍ବରୁ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର ସଂସଦୀୟ ଦଳର ବୈଠକ ହୋଇଥିଲା। ଏହି ବୈଠକରେ ଦିଲ୍ଲୀ ହିଂସା ମୁଖ୍ୟ ବିଷୟବସ୍ତୁ ଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ଅପିଲ କରିଛନ୍ତି। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲାଦ ଜୋଶୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ମୋଦି କହିଛନ୍ତି ବିକାଶ ଆମ ମନ୍ତ୍ର, ବିକାଶର ପ୍ରଥମ ଆବଶ୍ୟକତା ଏକତା ଏବଂ ସୌହାର୍ଦ୍ଦ୍ୟ।

ଦଳ ହିତ ଠୁ ରାଷ୍ଟ୍ରହିତ ବଡ଼
ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମାଜରେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଏକତା ସୁନିଶ୍ଚିତ କରିବାକୁ ସମସ୍ତ ସାଂସଦଙ୍କୁ ଅଗ୍ରଣୀ ଭୂମିକା ନିର୍ବାହ କରିବା ଉଚିତ୍। ଦଳ ହିତ ଠୁ ରାଷ୍ଟ୍ର ହିତ ବଡ଼। ବିକାଶ ଆମ ମୂଳ ମନ୍ତ୍ର ହେବା ଉଚିତ୍। ବିକାଶର ପ୍ରଥମ ଆବଶ୍ୟକତା ଏକତା ଏବଂ ସୌହାର୍ଦ୍ଦ୍ୟ। ଆମକୁ ଦେଶର ହିତ ପାଇଁ ଲଢେଇ କରିବା ଉଚିତ୍।

ମୋଦି ପୁଣି କହିଛନ୍ତି ଯେ, କିଛି ଲୋକ ଭାରତ ମାତାର ଜୟ ଗାନ କରିବା ସମୟରେ ପଛଘୁଞ୍ଚା ଦିଅନ୍ତି। ଏହି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ସମେତ ବହୁ ସାଂସଦ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top