ନ୍ୟୁଜ୍

ରାଜ୍ୟ ବିଜେପି ମଙ୍ଗ ଧରିଲେ ସମୀର ମହାନ୍ତି…

Sameer Mohanty

ଭୁବନେଶ୍ୱର: ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ ସେନେଇ ନିର୍ବାଚନ ହୋଇଥିଲା । ପୂର୍ବରୁ ରାଜ୍ୟ ବିଜେପି ଉପସଭାପତି ଥିବା ସମୀର ମହାନ୍ତିଙ୍କୁ ନୂଆ ରାଜ୍ୟ ସଭାପତି ଭାବେ ଘୋଷଣା କରାଯାଇଛି । ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏନେଇ ଶୁଭେଚ୍ଛା ଜଣାଇଥିବା ବେଳେ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ବିରୋଧୀ ଦଳ ନେତା ପଦିପ୍ତ ନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟର ଅନ୍ୟ ବରିଷ୍ଠ ନେତା ମଧ୍ୟ ତାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ଆହୁରି ଆଗକୁ ଯିବ ବୋଲି ବିଜେପିର ନେତା ଆଶା ବ୍ୟକ୍ତ କରିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ଆଗକୁ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ନେତାମାନେ ମତ ଦେଇଛନ୍ତି । ପୂର୍ବରୁ ମଧ୍ୟ ଅନେକ ସମୟରେ ସମୀରଙ୍କ ନେତୃତ୍ୱରେ ରାଜ୍ୟ ବିଜେପି, ସରକାରଙ୍କୁ ଘେରିବାରେ ସଫଳ ହୋଇଛି । ରାଜ୍ୟ ସରକାରଙ୍କ ଦୁର୍ନୀତିର ପର୍ଦ୍ଦାଫାସ୍‌ କରିବାରେ ବରିଷ୍ଠ ନେତା ସମୀର ମହାନ୍ତି ଆଗକୁ ଆହୁରି ପରିଶ୍ରମ କରିବେ ଏବଂ ତାଙ୍କ ନେତୃତ୍ୱରେ ବିଜେପି, ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ପର୍ଦ୍ଦାଫାସ୍‌ କରିବାରେ ସଫଳ ହେବ ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top