ନ୍ୟୁଜ୍

ରାମ୍‌କୋକୁ କହିଲେ ବିଜେଡି ଛାତିରେ କଣ୍ଟା ଗଳୁଛି: ସୋନାଲି

ramco sonali sahu

ଭୁବନେଶ୍ୱର: ରାମ୍‌କୋ ମୁଖପାତ୍ର ସାଜିଛନ୍ତି ବିଜେଡି ନେତା । ରାମ୍‌କୋକୁ କହିଲେ ବିଜେଡିକୁ ବାଧୁଛି । ବେଆଇନ୍‌ ଭାବେ ସରକାରୀ ଜମି ମାଡ଼ି ବସିଥିବା ରାମ୍‌କୋକୁ ସମାଲୋଚନା କଲେ ବିଜେଡି ନେତାଙ୍କୁ ବାଧୁଛି । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ତଥା ମୁଖପାତ୍ର ସୋନାଲି ସାହୁ । ସେ ଆଜି ରାଜ୍ୟ ସରକାରଙ୍କ ରାମ୍‌କୋ ଲିଙ୍କ୍‌ ନେଇ କଡ଼ା ସମାଲୋଚନା କରିଛନ୍ତି । ଏହା ସହ ସୁଲତା ଦେଓ ରାମ୍‌କୋ ପାଇଁ କରିଥିବା ଓକିଲାତିକୁ ମଧ୍ୟ ନିନ୍ଦା କରିଛନ୍ତି ।

ଯାଜପୁର ଧର୍ମଶାଳାରେ ରାମ୍‌କୋ ସିମେଣ୍ଟ ଫ୍ୟାକ୍ଟ୍ରି ବେଆଇନ୍‌ ଭାବେ  ସରକାରୀ ଜମି ମାଡ଼ିବସିଥିବା ଗତ ବୁଧବାର ଅଭିଯୋଗ ଆଣିଥିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ । ରାମ୍‌କୋ କାହିଁକି ସରକାରୀ ଜମି ମାଡ଼ିବସିଛି ଏବଂ କାହିଁକି ଏହା ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ? ସେନେଇ ସେ ସରକାରଙ୍କୁ ଉତ୍ତର ଦେବାକୁ କହିଥିଲେ ଏବଂ ରାମ୍‌କୋକୁ ମଧ୍ୟ ସ୍ପଷ୍ଟି କରଣ ମାଗିଥିଲେ । ତେବେ ସରକାର ସେହି ସମ୍ବନ୍ଧରେ ଉତ୍ତର ଦେବା ତ ଦୂରର କଥା ବିଜେଡି ପ୍ରବକ୍ତା ରାମ୍‌କୋକୁ ଘଣ୍ଟ ଘୋଡ଼ାଇ ଭିନ୍ନ କଥା କହିଛନ୍ତି । ଏବଂ ବିଜେପି ନେତ୍ରୀଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ।

ବିଜେପି ପକ୍ଷରୁ ସ୍ମିତାରାଣୀ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା । ହେଲେ ତା’ର ଉତ୍ତର ମଧ୍ୟ ଦେଇ ନଥିଲେ ବିଜେଡି ପ୍ରବକ୍ତା । ଓଲଟା ରାମ୍‌କୋର ପ୍ରବକ୍ତା ସାଜି ସପକ୍ଷରେ ମତ ଦେଇଥିଲେ । ଖାଲି ସେତିକି ନୁହେଁ ସେ ଏମିତିକି କିଛି କଥା କହିଥିଲେ ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା ଯେ, ରାମ୍‌କୋକୁ ସମାଲୋଚନା କରିବାରୁ ତାଙ୍କୁ ବହୁତ ବାଧିଛି । ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top