ନ୍ୟୁଜ୍

ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଲଢ଼ିବ ବିଜେପି

BJP

ପୁରୀ: ଥମୁନି ପକ୍କାଘର ପଲିଟିକ୍ସ୍ । ସରକାର ସାଧାରଣ ଲୋକଙ୍କ ପାଇଁ ଅନେକ ଯୋଜନା ଲାଗୁ କରୁଛନ୍ତି । ହେଲେ ଏହି ସବୁ ଯୋଜନା ହିତାଧୀକାରୀଙ୍କ ପାଇଁ ସାତସପନ ପାଲଟିଛି । ସରକାର ଯୋଜନାକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଏସବୁ ଯୋଜନା କେବଳ ଯୋଜନା ହୋଇପଡ଼ିରହିଛି । ସରକାରଙ୍କ ଗଳାରେ ଆବାସ କଣ୍ଟା । ନା କାଢି ପାରୁଛନ୍ତି ନା ଗିଳି ପାରୁଛନ୍ତି । ସେପଟେ ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି ଦୁର୍ନୀତି ବ୍ୟାପକ ନୁହେଁ କାଁ ଭାଁ । କଟକରୁ ମୟୁରଭଞ୍ଜ, କଳାହାଣ୍ଡିରୁ ପୁରୀ ସବୁଠି ଆବାସ ଯୋଜନାରେ ଦୁର୍ନୀତି ଦେଖିବାକୁ ମିଳିଛି ।

ତେବେ ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ପାଇଁ ଲଢ଼ିବ ବିଜେପି । ପୁରୀରେ ଯୋଗଦେଇ ଏକଥା କହିଛନ୍ତି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ । ଆବାସ ଯୋଜନାରେ ଅନେକ କେଳେଙ୍କାରୀ ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ବିଜେପି ହିତାଧୀକାରୀଙ୍କୁ ଏହାର ସଠିତ ସହାୟତା ଯୋଗାଇବ ।

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top