ନ୍ୟୁଜ୍

ଚାନ୍ଦବାଲିରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟାବସ୍ଥା, ଦରମା ନମିଳିବାରୁ ଚାକିରୀ ଛାଡୁଛନ୍ତି ଡାକ୍ତର ବାବୁ

ଚାନ୍ଦବାଲି : ଚାନ୍ଦବାଲି ଡ଼ାକ୍ତରଖାନାରେ ଡ଼ାକ୍ତର ଅଭାବ ପାଇଁ ବର୍ଷସାରା ଲୋକେ ନାନା ସମସ୍ୟା ଭୋଗୁଛନ୍ତି। ସେପଟେ ମାସ ମାସ ଧରି ଡାକ୍ତରଙ୍କୁ ମିଳୁନି ଦରମା ଓ ବାସଗୃହ। ତେଣୁ ଲୋକଙ୍କ ସେବା ଲାଗି ଚାନ୍ଦବାଲି ଡାକ୍ତରଖାନାକୁ ଆସୁଥିବା ଡାକ୍ତର ପରିସ୍ଥିତିରେ ପଡ଼ି ଇସ୍ତଫା ଦେଉଛନ୍ତି। ଡ଼ାକ୍ତରଖାନାରେ ଡାକ୍ତର ନଥିବାରୁ ଚାନ୍ଦବାଲିରେ ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟାବସ୍ଥା। ଏହାକୁ ଘୋର ପ୍ରତିବାଦ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। କେବଳ ସେତିକି ନୁହେଁ ଚାନ୍ଦବାଲି ଡ଼ାକ୍ତରଖାନାକୁ ଡ଼ାକ୍ତର ଆସିବା ବଦଳରେ ସେମାନଙ୍କୁ ତଡ଼ି ଦିଆଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି।

ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ସରାକରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ନଭେମ୍ବର ମାସରୁ ନୂତନ ଭାବେ ନିଯୁକ୍ତି ପାଇଥିବା ୩ ଜଣ ଯୁବ ଡ଼ାକ୍ତରଙ୍କୁ ୩ ମାସର ଦରମା ମିଳିନାହିଁ। ସେମାନଙ୍କୁ ରହିବାକୁ ବାସଗୃହ ନମିଳିବାରୁ ସେମାନେ ନିଜ ପଦବୀରୁ ଇସ୍ତଫା ଦେବା ସହ ଚାକିରି ଛାଡ଼ି ଦେଇଛନ୍ତି ।

ତେଣୁ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯାଉ ଓ ଖାଲି ଥିବା ପଦବୀ ଗୁଡ଼ିକରେ ଡାକ୍ତରଙ୍କୁ ନିଯୁକ୍ତ କରାଯାଉ ବୋଲି ବିଜେପି ଦାବି କରିଛି। ଏହା ସହ ଯଦି ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ବିଜେପି ରାଜରାସ୍ତାକୁ ଓଲ୍ଲାଇବ ବୋଲି ସାମଲ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top