X
Breaking News
ନ୍ୟୁଜ୍

ପାଟକୁରା ନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଲା ବିଜେପି

Sameer

ଭୁବନେଶ୍ୱର: ପାଟକୁରା ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ରାଜ୍ୟ BJP । ପାଟକୁରା ନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆଣିଲା ବିଜେପି । ଏହା ସହ ବିଜେଡିର ଅନେକ ବିଧାୟକ ଓ ମନ୍ତ୍ରୀମାନେ ବିଧାନସଭାର ଗୁରୁତ୍ୱପୁର୍ଣ୍ଣ ଆଲୋଚନା ଛାଡ଼ି ପାଟକୁରାରେ ନିର୍ବଚନୀ ପ୍ରଚାରରେ ମାତିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ବିଜେପି ନେତା ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଏଭଳି ଅଭିଯୋଗ କରିଛନ୍ତି ।

ଏହାସହ ପାଟକୁରାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଭତ୍ତା ଓ ଚାଉଳ ବଣ୍ଟନ କରାଯାଇଛି । ଏହା ୧୫ ତାରିଖ ପୂର୍ବରୁ ଦିଆଯିବାର ଥିଲା । ଏନେଇ ଆଜି ଗୃହରେ ଶୂନ୍ୟ କାଳରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିଜୁ ପଟ୍ଟନାୟକ କେଉଁ ଉପ ନିର୍ବାଚନକୁ ଯାଉ ନଥିଲେ ମାତ୍ର ନବୀନ ପଟ୍ଟନାୟକ ଯାଉଛନ୍ତି ଏହା କଣ ବିଜୁବାବୁଙ୍କ ଆଦର୍ଶ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ପ୍ରଦୀପ୍ତ ନାୟକ ।

ସୂଚନାଯୋଗ୍ୟ, ପାଟକୁରା ନିର୍ବାଚନ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି । ତାଙ୍କ ସହ ଅନେକ ନେତାମନ୍ତ୍ରୀ ମଧ୍ୟ ନିର୍ବାଚନୀ ପ୍ରଚାରରେ ଯୋଗଦେଇଛନ୍ତି । ଖାଲି ସେତିକି ନୁହେଁ ଏପଟେ ବିଧାନସଭାରେ ବିରୋଧୀ ମାନେ ରାଜ୍ୟ ସରକାରଙ୍କୁ ଓ ମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ କରୁଥିବା ବେଳେ କେହି ଉପସ୍ଥିତ ରହୁନାହାନ୍ତି । ବିଭାଗୀୟ ମନ୍ତ୍ରୀଙ୍କ ବଦଳରେ ଅନ୍ୟ ଜଣେ ମନ୍ତ୍ରୀ ପ୍ରଶ୍ନର ଉତ୍ତର ରଖୁଛନ୍ତି ।ବିଧାନସଭା ଯେମିତି ଏକ ପ୍ରକାର ଅଚଳ ହୋଇ ରହିଛି । ପାଟକୁରା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ମନ୍ତ୍ରୀମାନଙ୍କୁ ବ୍ଲକଓ୍ୱାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ବିଧାୟକଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି । ସବୁ ନେତା ମନ୍ତ୍ରୀ ଏବେ ସେହି ଦଳୀୟ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top