ରାଜ୍ୟ

ଭୁବନେଶ୍ୱର ହରିପୁର ନଗର ବସ୍ତିବାସିନ୍ଦାଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ମଣ୍ଡଳି ରବିବାର ସ୍ଥାନୀୟ ହରିପୁର ନଗର ବସ୍ତି ଅଞ୍ଚଳ ଗସ୍ତ କରି ଲୋକମାନଙ୍କୁ ଭେଟିବା ସହ ଭୁବନେଶ୍ୱର ମହାନିଗମ ନିଗମ(ବିଏମସି) ଭୁଲ କାରଣରୁ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କଥା ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂହ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତ ୨୪ ତାରିଖରେ ସ୍ଥାନୀୟ ହରିପୁର ନଗର ବସ୍ତିର କରୋନା ପଜିଟିଭ୍‌ ହୋଇଛି କହି ପ୍ରଶାସନିକ ଅଧିକାରୀମାନେ ବସ୍ତିର ଅନେକ ଲୋକଙ୍କୁ ଉଠାଇ ନେଇ ଯାଇଥିଲେ ଏବଂ ପରେ ନେଗେଟିଭ୍ ‌କହି କିଛି ଦିନ ପରେ ପୁନର୍ବାର ଛାଡ଼ି ଦେଇଥିଲେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ।

ତେବେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନରଏହି ବେପୁରଆ ମନୋଭାବ ଯୋଗୁଁ ସମସ୍ତ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶାଏବେ ବଢ଼ିଯାଇଛି ।ଗରିବ ବସ୍ତିବାସିନ୍ଦାମାନଙ୍କୁ କାମମି ଳୁନଥିବାବେଳେ ଦୋକାନକୁ ସଉଦା ପତ୍ର ଆଣିବାକୁ ଗଲେ ଦୋକାନୀ ସଉଦା ଦେଉନଥିବା ଅଭିଯୋଗ ସେମାନେ କରିଛନ୍ତି । ବିଏମସିର ବେପରୁଆ ମନୋଭାବ ୪୫ ଜଣ ବସ୍ତିବାସିନ୍ଦାଙ୍କୁ ଦୋ-ଛୋକିରେ ଛିଡ଼ା କରିଛି । ତେଣୁଏହି କଷ୍ଟକର ସମୟରେ ରାଜ୍ୟସରକାର ହରିପୁର ବସ୍ତିବାସିନ୍ଦାଙ୍କ ରକ୍ଷଣବେକ୍ଷଣ କରିବା ସହ ଭରଣପୋଷଣର ଦାୟିତ୍ୱନେବାକୁ ସେ ଦାବୀ କରିଛନ୍ତି ।ସେ କହିଛନ୍ତି ସାଧାରଣ ବା ଗରିବ ଲୋକ କୋଭିଡ୍ ‌କଟକଣାକୁ ନମାନିଲେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ମାତ୍ର ଏଭଳି ସମ୍ବେଦନଶୀଳ ଘଟଣାରେ ବିଏମସିର ଅପାରଗତା ପରେ ମଧ୍ୟ ଭୁଲ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଣ ପାଇଁ ନିଆଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏହି ଘଟଣାରେ ସାମିଲ ଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବୀ କରିଛନ୍ତି ଶ୍ରୀସିଂହ । ଅପରପକ୍ଷରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଗଣମାଧ୍ୟମକୁ ଏହି ଘଟଣାରେ ପ୍ରତିକ୍ରିୟା ଦେଇ ଭୁଲ ହୋଇ ଯାଇଥିବା କହି ନିଜ ଦୋଷରୁ ପଳାଇ ଯିବାକୁଚେଷ୍ଟା କରୁଛନ୍ତି । ପ୍ରେମଚନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଉଛି । ଯଦି କୋଭିଡ୍ ପରିଚାଳନାରେ ଭୁଲ ହୋଇଯାଇଛି ତେବେ ଖୋଦ୍ ପ୍ରେମ ଚନ୍ଦ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ କି ? ବସ୍ତିବାସିନ୍ଦାଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ବୁଝିଥିଲେ କି ? କେବଳ ଗଣମାଧ୍ୟମରେ ଭୁଲହୋଇ ମୁଣ୍ଡରୁ ଦୋଷ ହଟାଇବା କହିଲେ ହେବ ନାହିଁ ସେହି ଗରିବ ଲୋକଙ୍କର ଦାୟିତ୍ୱ ନେବା ପାଇଁ ମଧ୍ୟ ପଡ଼ିବ ବୋଲି କହିଛନ୍ତି ଶ୍ରୀ ସିଂହ କହିଛନ୍ତି ।

ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଦେଲାଣି । ଏଥିପାଇଁ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତଶାହାଙ୍କର ପରାମର୍ଶ ନେବା ସହିତ ରାଜ୍ୟ ସରକାର ଯଥାଶୀଘ୍ର କେନ୍ଦ୍ରଗୃହମନ୍ତ୍ରଣାଳୟକୁ ପତ୍ରଲେଖି ଦିଲ୍ଲୀରେ ଯେପରି ସହରାଞ୍ଚଳରେ କରୋନାର ମୁକାବିଲା କରାଯାଇଛି ସେହିପରି ଓଡ଼ିଶାର ଭୁବନେଶ୍ୱରକୁ ଏଥିରେ ସାମିଲ କରିବା ପାଇଁ ପୁନର୍ବାର ବିଜେପି ପକ୍ଷରୁ ଅନୁରୋଧ କରାଯାଉଛି । ଏ ନେଇ ଦଳ କିଛି ଦିନ ପୂର୍ବରୁ ମଧ୍ୟ ସରକାରଙ୍କ ନିକଟରେ ଦାବୀ ରଖିଥିଲା ବୋଲି ସେ ମତପୋଷଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top