ଦେଶ

ରାଫେଲ ପ୍ରସଙ୍ଗ: ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବି ନେଇ ଆଜି ବିଜେପିର ଦେଶବ୍ୟାପି ବିକ୍ଷୋଭ

BJP

ନୂଆଦିଲ୍ଲୀ: ରାହୁଲଙ୍କ ବୟାନକୁ ନେଇ ଆଜି ଦେଶବ୍ୟାପି ବିକ୍ଷୋଭ କରିବ ବିଜେପି । ରାଫେଲରେ ରାହୁଲ ବିଫଳ ନାରା ଦେଇ ସାରା ଦେଶରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବ । ଏହି ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଛବି ଖରାପ କରିବା ସହ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି ଶସକ ଦଳ । ରାଫେଲ୍ ମାମଲାରେ ପୁର୍ନବିଚାର ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେବା ସହ ରାହୁଲଙ୍କ ବିରୋଧରେ କୋର୍ଟ ଅବମାନନା ମାମଲାରେ ରାହୁଲଙ୍କୁ ତାଗିଦ କରିଥିଲେ କୋର୍ଟ।

ରାଫେଲ ଡିଲର ପୁନଃବିଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଥିଲେ, ଡିଲ୍ ପ୍ରକ୍ରିୟାରେ କୌଣସି ଦୁର୍ନୀତି ହୋଇନାହିଁ ଓ ଏହି ଆବେଦନରେ କୌଣସି ଦମ୍ ନାହିଁ । ସେହିପରି ମାନହାନୀ ଓ କୋର୍ଟ ଅବମାନନା ମାମଲାରେ ରାହୁଲଙ୍କୁ କଡା ତାଗିଦ କରିଥିଲେ କୋର୍ଟ । ରାହୁଲ ଏକ ନିର୍ବାଚନୀ ରାଲିରେ କହିଥିଲେ ଯେ, ସୁପ୍ରିମକୋର୍ଟ ମଧ୍ୟ ମାନିଛନ୍ତି ଚୌକିଦାର ଚୋର ହୈ । ଏହାପରେ ତାଙ୍କର ଏହି ବୟାନକୁ ନେଇ ବିଜେପି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା ।

କୋର୍ଟଙ୍କ ରାୟକୁ ରାହୁଲ ଭୁଲ ଭାବେ ଉପସ୍ଥାପନ କରିଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେପି ସାଂସଦ ମିନାକ୍ଷୀ ଲେଖି । ଆବେଦନକୁ ଗ୍ରହଣ କରି ଜବାବ ମାଗିଥିଲେ କୋର୍ଟ । ନୋଟିସ ପାଇବା ପରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ରାହୁଲ । ଆଉ ରାହୁଲଙ୍କ ଏହି କ୍ଷମା ପ୍ରାର୍ଥନା କରିବା ସହ ଆଗାମୀ ଦିନରେ ଏଭଳି ବିବୃତିରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଥିଲେ କୋର୍ଟ ।  ଏହିପରି ମିଛ ବୟାନ ଓ  ଦେଶବାସୀଙ୍କୁ ଭୁଆଁବୁଲାଇବା ଅଭିଯୋଗରେ ସାରା ଦେଶକୁ କ୍ଷମା ମାଗନ୍ତୁ ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇବ ବିଜେପି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top